ସେପଟେ ଏନେଇ ପୀଡିତା ଜଣଙ୍କ କହିଛନ୍ତି ଯେ ଭାରତକୁ ମୁଁ ବହୁତ ଭଲ ପାଏ । ଭାରତୀୟଙ୍କ ବିରୋଧରେ ମୋର କୌଣସି ଅଭିଯୋଗ ନାହିଁ । ଭାରତରେ ମୁଁ 20 ହଜାର କିମି ସୁରକ୍ଷିତ ଭାବେ ଯାତ୍ରା କରିଛି । ଭାରତୀୟମାନେ ଖୁବ ଦୟାଳୁ । ମତେ ଅନେକ ସ୍ଥାନରେ ସାହାଯ୍ୟ କରିଛନ୍ତି । ଏହି ଘଟଣା ପାଇଁ ମୁଁ କାହାକୁ ଦୋଷ ଦେଉନି ବରଂ ସେହି ଦୁଷ୍କର୍ମକାରୀଙ୍କୁ ଦୋଷ ଦେଉଛି।
- ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମର ପରେ ଆଉ ଜଣେ କଳାକାରଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ଛତିଶଗଡର 21 ବର୍ଷୀୟ ଷ୍ଟେଜ୍ କଳାକାର ସହ ତାଙ୍କ ସାଥୀ କଳାକାର ଗ୍ୟାଙ୍ଗ ରେପ୍ କରିଥିବା ଘଟଣା ସାମନାକୁ ଆସିଛି । ସାଥୀ କଳାକାର ମହିଳାଙ୍କୁ ନିଶା ଦ୍ରବ୍ୟ ଦେଇ କାର୍ ରେ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା ପାଇଁ ଭର୍ତ୍ତି କରିଛି ।
ସେପଟେ ଏସଡିପିଓଙ୍କ କହିବା କଥା ମହିଳା ଜଣଙ୍କ ଛତିଶଗଡରୁ ପଲାମୁ ଜିଲ୍ଲାର ବିଶ୍ରାମପୁରରେ ଏକ କାର୍ଯ୍ୟକ୍ରମ ପାଇଁ ଆସିଥିଲେ । ହେଲେ କୌଣସି କାରଣରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିଲା ନାହିଁ । ଫଳରେ ସେ ନିଜ ସାଥୀପୁରୁଷ କଳାକାରଙ୍କ ସହ ଅନ୍ୟ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାକୁ ଯିବା ବାଟରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ।
ତେବେ ମହିଳାଙ୍କ ସମ୍ମାନ...ତ୍ୟାଗ ଓ ଅଧିକାରକୁ ନେଇ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଥିବାବେଳେ ଆଜି ବି ମହିଳାଟିଏ ସମାଜରେ ଅସୁରକ୍ଷିତ । ଯାହା ଏକ ବିରାଟ ବଡ ପ୍ରଶ୍ନବାଚୀ ।