ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଏହା ଆଜିଠାରୁ ଆରମ୍ଭ ହେବ । ସେପଟେ ଓଡ଼ିଶାରେ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଏକାଠି ଶୁଣିବେ 10 ହଜାରରୁ ଅଧିକ ବିଜେପି ନେତା ଓ କର୍ମୀ ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ 111ତମ ମନ୍ କୀ ବାତ୍ । ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମ । ନିର୍ବାଚନ ପାଇଁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।
ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଏହା ଆଜିଠାରୁ ଆରମ୍ଭ ହେବ । ସେପଟେ ଓଡ଼ିଶାରେ ବିଜେପିର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଏକାଠି ଶୁଣିବେ 10 ହଜାରରୁ ଅଧିକ ବିଜେପି ନେତା ଓ କର୍ମୀ ।
ଅଧିକ ପଢନ୍ତୁ ଭାରତ ଖବର
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗି ଏକାଦଶୀ। ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହେବେ। ତେବେ ଚାରିଦିନ ଧରି ଶ୍ରୀଅଙ୍ଗରେ ଓଷ ଲାଗି ପରେ ଧିରେଧିରେ ଜ୍ବରରୁ ଉପଶମ ହୋଇଛନ୍ତି ମହାପ୍ରଭୁ । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଠାରେ ଦଶମୂଳ ମୋଦକ ଲାଗି କରାଯିବ । ଏହାପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।
ଗତକାଲି ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ଆସି ପହଞ୍ଚିଥିଲା। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । ଆଜି ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ। ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହ ମାନଙ୍କୁ ଲାଗି କରାଯିବାର ବିଧି ରହିଛି ।
ଆଜି ମହାପ୍ରଭୁ ବାରଲାଗି ପାଟ ପରିଧାନ କରିବା ସହ ତୁଳସୀ ଲାଗି କରିବା ପରେ ମହାପ୍ରଭୁଙ୍କୁ ଦଶମୂଳ ଲାଗି କରାଯିବ । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ମହାପ୍ରଭୁ ଜ୍ୱରରେ ଅସୁସ୍ଥ ଥିବାରୁ ଭୋଗଲାଗି ସମୟରେ ଘଣ୍ଟ ବାଜିବା ବନ୍ଦ ରହିଥାଏ । ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉ ମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି । ଏକାଦଶୀ ତିଥିର ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବାର ବିଧି ରହିଛି ।
ଆସନ୍ତାକାଲି ଅଣସର ଦ୍ୱାଦଶୀ ନୀତି । ଏହି ନୀତି ବିଶେଷ ମହତ୍ତ୍ବପୂର୍ଣ୍ଣ । କାରଣ, ଏହିଦିନ ରାଜ ନଅରକୁ ରାଜପ୍ରସାଦ ବିଜେ କରାଯାଏ ଏବଂ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜାଙ୍କୁ ଦିଆଯାଏ ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ, ଘର ଭାଙ୍ଗିଥିବା, ଲୋକଙ୍କ ଜୀବନ ନେଇଥିବା ହାତୀଙ୍କ ରିପୋର୍ଟ ମଗାଯାଇଛି। ଟ୍ରାଙ୍କୁଲାଇଜ୍ କରି ରେଡିଓ କଲାର ଲଗାଯିବା ପରେ ଜଙ୍ଗଲରେ ଛଡ଼ାଯିବ। ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ହାତୀ ଆକ୍ରମଣ ଯୋଗୁଁ ଯାଉଛି ମଣିୀଷ ଜୀବନ । ଏଥିରେ ରୋକ ଲଗାଇବାକୁ ନୂଆ ପଦକ୍ଷେପ ନେଇଛି ବନ ବିଭାଗ। ଅଧିକ ଧନ ଜୀବନ ନଷ୍ଟ କରୁଥିବା 12 ଟି ର ଚରିତ୍ର ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଏମାନଙ୍କୁ ସୁଧାର କେନ୍ଦ୍ର କୁ ନିଆଯାଇ ରେଡ଼ିଓ କଲାର ଲଗାଇ ଜଙ୍ଗଲରେ ଛଡାଯିବ । ତଥାପି ହାତୀର ଆଚରଣ ରେ ପରିବର୍ତ୍ତନ ନହେଲ ବନ ବିଭାଗ ର ଟ୍ରେନିଂ କ୍ୟାମ୍ପ ରେ ରଖାଯିବ । ରାଉରକେଲା, ବାରିପଦା, ଭୁବନେଶ୍ୱର, ଅନୁଗୁଳ ସରକଲ ରେ 3 ଟି ଲେଖାଏଁ ହାତୀ ଙ୍କୁ ପର୍ଯ୍ୟାୟ କ୍ରମେ ଟ୍ରାଙ୍ଗୁଲାଇଜ କରାଯିବା ପାଇଁ ଯୋଜନା କରାଯାଇଛି ।
ଚନ୍ଦକା ର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକା ରେ ବୁଲୁଥିବା ମାଖନା କୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି । ଏହି ୩ ହାତୀକୁ ଛାଡି ଅନ୍ୟ 9 ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି ତାହାର ରିପୋର୍ଟ ଡି ଏଫ ଓ ମାନଙ୍କୁ ମଗା ଯାଇଛି । ରିପୋର୍ଟ ଆସିବା ପରେ ଏମାନଙ୍କୁ କେବେ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲାଗଯିବ ତାହା ସ୍ପଷ୍ଟ ହେବ । ଚଳିତ ବର୍ଷ ହାତୀ ଗଣନା ବେଳେ 300 ରୁ ଅଧିକ ଦନ୍ତା ହାତୀ କୁ ଚିନ୍ହଟ କରାଯାଇଥିଲା । ଦନ୍ତାଙ୍କ ପ୍ରାଦୁର୍ଭାବ ଅଧିକ ରହିଥିବାରୁ ଏମାନଙ୍କୁ ଆଚରଣର ଅନୁଧ୍ୟାନ କରାଯାଇ ସ୍ବତନ୍ତ୍ର ନଜର ରଖାଯାଇଛି । ଯାହା ଫଳରେ ବନ କର୍ମଚାରୀ ଏମାନଙ୍କ ଉପରେ ନଜର ରଖି ପାରିବେ ।
ଗତ ୪ ବର୍ଷ ଭିତରେ ହାତୀ ଆକ୍ରମଣ ଯୋଗୁଁ ପ୍ରାୟ ୩୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବନ ବିଭାଗର ଏ ପଦକ୍ଷେପ ପରେ ହାତୀ ମଣିଷ ଲଢ଼େଇ କେତେ ଦୂର ହ୍ରାସ ପାଉଛି ତାହା ଉପରେ ନଜର ।
ଅଧିକ ପଢନ୍ତୁ ଓଡ଼ିଶା ଖବର