ନୂଆଦିଲ୍ଲୀ: ଆଜି ବିଶ୍ଵକପ୍ ଫାଇନାଲ୍ । ପ୍ରସ୍ତୁତ ଦର୍ଶକ.. ପ୍ରସ୍ତୁତ ନରେନ୍ଦ୍ର ମୋଦି ଷ୍ଟାଡିୟମ । 2003ର ବଦଲା ନେବାକୁ ତୟାର ଭାରତ । ଫାଇନାଲ ମ୍ୟାଚ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ । ତୃତୀୟ ଟାଇଟଲ ଲକ୍ଷ୍ୟରେ ଟିମ୍ ମେନ୍ ଇନ୍ ବ୍ଲୁ। 2003 ପରାଜୟର ବଦଲା ନେବାକୁ ତୟାର ଭାରତ । କ୍ରିକେଟପ୍ରମୀଙ୍କ ଛାତି ଧକଧକ୍...ବିଶ୍ବକପ ଫାଇନାଲ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଷ୍ଟାଡିୟମରେ 1 ଲକ୍ଷ 32 ହଜାର ଦର୍ଶକଙ୍କ ଖଚାଖଚ ଭିଡ଼ ମଧ୍ୟରେ ଅହମ୍ମଦାବାଦର ମୋଦି ଷ୍ଟାଡିୟମରେ କଙ୍ଗାରୁ ଦଳକୁ ସାମ୍ନା କରିବ ଟିମ ବ୍ଲୁ । ଦୀର୍ଘ 20 ବର୍ଷ ପରେ ଆସିଛି ବଦଲା ନେବାର ସମୟ । ପୁଣିଥରେ ବିଶ୍ବକପ ହାତେଇବାର ସୁଯୋଗ । ଘରୋଇ ମାଟିରେ 2011ର ସଫଳତା ଦୋହରାଇ ତୃତୀୟ ଥର ପାଇଁ ବିଶ୍ବବିଜେତା ହେବାକୁ ତୟାର ରୋହିତ ବାହିନୀ। ଚଳିତ ବିଶ୍ବକପ୍ରେ ଭାରତ ଦମ୍ଦାର ଫର୍ମରେ ରହିବା ସହ ଅପରାଜେୟ ଭାବେ ଫାଇନାଲ ଖେଳୁଛି। ଏପଟେ ବିଶ୍ବକପ ମ୍ୟାଚକୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ଦେଖିବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମକୁ ପିଏମ୍ଓ ଗ୍ରହଣ କରିଛି । ଏହାସହ ମୋଦିଙ୍କ ସହ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଭାରତ ବିଶ୍ବକପ ବିଜୟ ସୁଯୋଗ ହାତଛଡ଼ା କରିବନି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ଏତେଟା ଭଲ ନଥିଲେ ବି 2011 ପରଠାରୁ ବଦଳିଛି ଗଣିତ ।
ଦିନିକିଆ ବିଶ୍ବକପରେ ମୋଟ 13 ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ
8 ଥର ଅଷ୍ଟ୍ରେଲିଆ ଜିତିଥିବାବେଳେ 5ଟି ମ୍ୟାଚରେ ଜିତିଛି ଟିମ୍ ଇଣ୍ଡିଆ
2011 ବିଶ୍ବକପ ପରଠାରୁ ଦୁଇ ଦଳ 4 ଥର ମୁହାଁମୁହିଁ ହୋଇଛନ୍ତି
2015 ସେମିଫାଇନାଲକୁ ବାଦ୍ ଦେଲେ 3 ଥର ଜିତିଛି ଟିମ ଇଣ୍ଡିଆ
2011 ପରଠୁ ଦୁଇଥର ନକ୍ ଆଉଟ୍ ମ୍ୟାଚରେ ସାମ୍ନାସାମ୍ନି ହୋଇଛନ୍ତି ଇଣ୍ଡିଆ-ଅଷ୍ଟ୍ରେଲିଆ
ଭାରତ 4ର୍ଥ ଥର ପାଇଁ ଫାଇନାଲକୁ ପ୍ରବେଶ କରିଥିବା ବେଳେ ୮ମ ଥର ବିଶ୍ବକପ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ ।
ବିଶ୍ବକପ ଫାଇନାଲ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି । ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି । ସ୍ଥାନୀୟ ଦୋକାନ ଗୁଡ଼ିକରେ ଭିକ୍ଟ୍ରି କେକ୍ ନେବାକୁ ଫ୍ୟାନଙ୍କ ଭିଡ଼ ବଢୁଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ଏକ ଏୟାର ଶୋ’ କରାଯିବ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ 10 ମିନିଟ୍ ପାଇଁ ଏହି ଏୟାର ଶୋ’ର ଆୟୋଜନ କରାଯିବ। ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ର 9ଟି ବିମାନ ଆକାଶରେ ଦେଖାଇବେ ରଣକୌଶଳ। ଏନେଇ ଗୁଜରାଟ ପାଇଁ ନିୟୋଜିତ ପ୍ରତିରକ୍ଷା ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି। ବିଶ୍ବକପ ଫାଇନାଲରେ ବାୟୁବୀରଙ୍କ ଏୟାର ଶୋ ସହ ବଲିଉଡ୍ ଏବଂ ହଲିଉଡ୍ ପପ୍ ସିଙ୍ଗରଙ୍କ ସଂଗୀତରେ ଝୁମିବେ ଦର୍ଶକ ।