Videos
|
National

ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବେ ରେସକ୍ୟୁ ଟିମ୍ 

Smruti Parija
Browse all articles by Smruti Parija
·2 years ago·1 min read
ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ପହଞ୍ଚିବେ ରେସକ୍ୟୁ ଟିମ୍ 

ଅର୍ଗସ ବ୍ୟୁରୋ: ଉତ୍ତରକାଶୀ ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଜୋରଦାର୍ । ଫସି ରହିଥିବା 7 ରାଜ୍ୟର 40 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ NDRF, SDRF, ITBP ଟିମ୍‌ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଆଉ ଗୋଟିଏ ଦିନ ଲାଗିପାରେ । ଆଜି ସନ୍ଧ୍ୟା ନଚେତ ଆସନ୍ତାକାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ ।

ଅଧିକ ପଢନ୍ତୁ: ଶ୍ରମିକଙ୍କୁ ପାଖକୁ ପାଇପ୍‌ ଯୋଗେ ଖାଦ୍ୟ, ଅମ୍ଲଜାନ ପଠାଯାଉଛି

ସମସ୍ତେ ସୁରକ୍ଷିତ ଅଛନ୍ତି । ପାଇପ୍‌ ଯୋଗେ ଖାଦ୍ୟ ଦିଆଯାଉଥିବା କହିଛନ୍ତି ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ । ଗତକାଲି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବାବେଳେ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଟନେଲ୍‌ରେ ଫସିଥିବା ୪୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ଅଛନ୍ତି । ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ବେଶ୍ବର ନାୟକ, କୁଳଡ଼ିହାର ରାଜୁ ନାୟକ, ବଡ଼କୁଦାର ଧିରେନ୍ ନାୟକ । ଶ୍ରମିକମାନେ ସକୁଶଳ ଫେରିବା ନେଇ ପରିବାର, ବନ୍ଧୁ ପରିଜନ ପ୍ରାର୍ଥନା କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

tunnel-rescue-operation-on-full-swing-in-uttarkashi | Argus News