#WATCH | Union Minister and BJP candidate from Arrah Lok Sabha seat (in Bihar) RK Singh arrives in Delhi for the NDA meeting.
CPI(M-L)L's Sudama Prasad won the seat. pic.twitter.com/SNo9PzibPo — ANI (@ANI) June 5, 2024
ଅର୍ଗସ ବ୍ୟୁରୋ: ଆଜି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏହି ବୈଠକ ହେବ । ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର ଯୋଗ ଦେବେ । ଆଜିର ବୈଠକରେ ଲୋକ ଜନ ଶକ୍ତି ପାର୍ଟି ନେତା ଚିରାଗ ପାଶଓ୍ବାନ ମଧ୍ୟ ଯୋଗ ଦେଇପାରନ୍ତି । ଗତକାଲି ହୋଇଥିବା ଗଣତିରେ 292 ସିଟ୍ ସହ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ଦେଶରେ ବହୁମତ ମିଳିଛି । ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିବେ ନରେନ୍ଦ୍ର ମୋଦି ।
#WATCH | Union Minister and BJP candidate from Arrah Lok Sabha seat (in Bihar) RK Singh arrives in Delhi for the NDA meeting.
CPI(M-L)L's Sudama Prasad won the seat. pic.twitter.com/SNo9PzibPo — ANI (@ANI) June 5, 2024
ଅର୍ଗସ ବ୍ୟୁରୋ : ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଦେବେ ଯୋଗ ।
ଅଧିକ ପଢନ୍ତୁ : ଏକକାଳୀନ ୧୬ ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ତାହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାଗ ନେବେ ।
ଅର୍ଗସ ବ୍ୟୁରୋ : ବେଆଇନ ମଦ ବିରୋଧରେ ଗର୍ଜିଲେ ବରଗଡ଼ ସଦର ଖଲିଆପାଲି ଗାଁ ସ୍କୁଲ ପଡ଼ାର ଶହ ଶହ ମହିଳା । ଗାଁରେ ନିଶା ବନ୍ଦ୍ ଦାବି ନେଇ ହାତରେ ପ୍ଲାଗ କାର୍ଡ ଧରି ମହିଳାଙ୍କ ରାଲି।
ଅଧିକ ପଢନ୍ତୁ : ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା
ଗାଁରେ ବେଆଇନ ମଦ ଓ ନିଶା ଦ୍ରବ୍ୟ ବିକ୍ରି ହେଉଥିବାରୁ ଗାଁର ଯୁବକ ମାନେ ନିଶା ଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବାରୁ ଗାଁରେ ସମ୍ପୂର୍ଣ ମଦ ଓ ନିଶା ବନ୍ଦ୍ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ମାନେ ।
ଅର୍ଗସ ବ୍ୟୁରୋ: ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତର ଚେଙ୍ଗ ଗଢ଼ିଆ ଗାଁରେ ଜଣ୍ଡିସ ଆତଙ୍କ । ବୟସ୍କଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଛୋଟ ପିଲା ଆକ୍ରାନ୍ତ ହେଉଛନ୍ତି। ପିଲାଙ୍କୁ ଜ୍ବର ସହ ଝାଡ଼ା ଲାଗି ରହୁଛି। ଦୁଇ ତିନି ମାସରୁ ଅଧିକ ସମୟ ହେଲାଣି ଗାଁରେ ରୋଗ ବ୍ୟାପି ଚାଲିଛି । କିନ୍ତୁ ଏଯାଏଁ ପହଞ୍ଚିନାହିଁ ସ୍ବାସ୍ଥ୍ୟ ବିଭାଗର ଟିମ୍ । କେବଳ ଆଶାକର୍ମୀ ସମସ୍ତଙ୍କ ତାଲିକା ନେଇଥିଲେ, ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆକ୍ରାନ୍ତ ମାନେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଘରକୁ ଫେରୁଛନ୍ତି, କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ଅର୍ଥ ଅଭାବରୁ ବହୁ ଲୋକ ଠିକ୍ ଭାବେ ଔଷଧ ମଧ୍ୟ କିଣିପାରୁନାହାନ୍ତି । ଯଦିଓ ଜଣ୍ଡିସ୍ ବ୍ୟାପିବାର ସଠିକ୍ କାରଣ ଜଣାପଡ଼ିନାହିଁ, ତେବେ ଗାଁ ପାଖରେ ଅସ୍ବାସ୍ଥ୍ୟକର ପରିବେଶ ଏଥିପାଇଁ ଦାୟୀ ବୋଲି ସନ୍ଦେହ କରାଯାଉଛି । ରୋଗ ହେବାରୁ ଗାଁର ବହୁ ପିଲା ସ୍କୁଲ ଯାଉନାହାନ୍ତି । ତୁରନ୍ତ ମେଡିକାଲ୍ ଟିମ୍ ଆସି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଦାବି କରିଛନ୍ତି ଗାଁ ଲୋକେ।
12 ଦିନ ତଳେ 13 ଜଣ ଆକ୍ରାନ୍ତ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ସେବେଠାରୁ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ପ୍ରଦୂଷିତ ବାୟୁ କିମ୍ବା ଦୂଷିତ ପାନୀୟ ଜଳ ଜଣ୍ଡିସର କାରଣ ହୋଇ ଥାଇ ପାରେ ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ଯାଇ ଯାଞ୍ଚ କରିବା ସହ ଲୋକଙ୍କୁ ସଚେତନ କରାଯିବ। ତେବେ ଗାଁ ରେ ଯେଉଁ ମାତ୍ରାରେ ରୋଗ ଵ୍ୟାପୁଛି ତୁରନ୍ତ ପଦକ୍ଷେପ ନେଲେ ଲୋକମାନେ ଏହାର ସୁଫଳ ପାଇ ପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: