ଭାରତ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଛତିଶଗଡ ବିଧାନଭା ନିର୍ବାଚନ ପାଇଁ ଆସନ୍ତାକାଲି ମତଦାନ। ପ୍ରଥମ ପର୍ଯ୍ୟାୟରେ ୨୦ ଆସନରେ ହେବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ହେବ ମତଦାନ। ନକ୍ସଲ ପ୍ରଭାବିତ ସମ୍ବେଦନଶୀଳ ଅଂଚଳରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ହେବ। ୨୨୩ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୪୦ ଲକ୍ଷ ଭୋଟର। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୋଟ୍ ୫,୩୦୪ ମତଦାନ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ଭାରତ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ: ଓ୍ବାନ ଟାଇମ ପାସଓ୍ବାର୍ଡ ବା ଓଟିପି ସମ୍ପର୍କିତ ଠକେି ବଢ଼ିବାରେ ଲାଗିଛି। ଦେଶରେ ଓଟିପି ସମ୍ପର୍କିତ ଫ୍ରଡ ଉପରେ ରୋକ ଲଗାଇବାକୁ ଗୁଗଲ Android ୧୫ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି। ଆଗାମୀ କିଛି ମାସରେ ୟୁଜର୍ସଙ୍କୁ android 15ର ଷ୍ଟେବଲ ଭର୍ଜନ ମିଳିଯିବ। android 15ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚର ଦେଇଛି।
ଓଟିପି ଫ୍ରଡ ରୋକିବା ଲାଗି ନୂଆ ଫିଚର ଆଣିଛି ଗୁଗଲ
ନିଜ ଆନୁଆଲ ଡେଭଲପର୍ସ କନଫରେନ୍ସ ଗୁଗଲ ୧/୦ରେ କମ୍ପାନୀ କହିଛି ଯେ, android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ ମିଳିବ। ଏଥିରେ ଏଆଇ ପାସଓ୍ବାର୍ଡ ପ୍ରୋଟେକ୍ସନ ରହିବ। ଯାହାର ବ୍ୟବହାର କରି ଫ୍ରଡ ଏବଂ ସ୍କାମରୁ ରୋକାଯାଇପାରିବ। ଅଧିକ ସୁରକ୍ଷା ପାଇଁ ଅନେକ ଆପ୍ସକୁ ନୋଟିଫିକେସନରେ ଓଟିପିର ଆକ୍ସେସ ମିଳିବ ନାହିଁ।
ସେପଟେ ୟୁଜର୍ସ ଯଦି ଓ୍ବିୟରେବଲ କମ୍ପାନିୟନ ଆପ ବ୍ୟବହାର କରୁଛନ୍ତି ତେବେ ଆଣ୍ଡ୍ରଏଡ ୧୫ରେ ତାଙ୍କୁ ଓଟିପି ଆକ୍ସେସ ମିଳିବ ନାହିଁ। ଏଥିରେ ସ୍ବାଇଓ୍ବେୟାରକୁ ଓଟିପିର ଆକ୍ସେସ ମିଳିବ ନାହିଁ। ଅର୍ଥାତ ନୂଆ ଆଣ୍ଡ୍ରଏଡ ଭର୍ଜନରେ ଓଟିପିର ଆକ୍ସେସ ମିଳିବା ସହଜ ହେବ ନାହିଁ।
ସେହିଭଳି ଲାଟେଷ୍ଟ ଆଣ୍ଡ୍ରଏଡ ଭର୍ଜନରେ ସ୍କ୍ରିନ ଶେୟାରିଂ ଫିଚର ଅନ କଲେ ପ୍ରାଇଭେଟ କଣ୍ଟେଣ୍ଟ ହାଇଡ ହୋଇ ରହିବ। ଏହାଦ୍ବାରା ସାଇବର ଠକ ଆପଣଙ୍କ ନୋଟିଫିକେସନକୁ ଦେଖିପାରିବେ ନାହିଁ। ଏହାବ୍ୟତୀତ ସ୍କ୍ରିନ ଶେୟାରିଂରେ ଆପଣଙ୍କ ଓଟିପି ନଜର ଆସିବ ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପଟି ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ରୂପ ହେବ। ପରେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଫଳରେ ରାଜ୍ୟରେ ବର୍ଷା ହେବା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ଫଳରେ ୨୪ରୁ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। ଏହାସହ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୩ ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସେହିଭଳି ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନ ଯିବା ପାଇଁ ମସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।
ଆଗକୁ ଲଘୁଚାପ ଅବପାତ ରୂପ ନେବାପରେ ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ବାତ୍ୟା କଥା ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଆକଳନ କରିନାହିଁ । ପାଣିପାଗ ବିଭାଗ ବାରମ୍ବାର କହି ବାତ୍ୟା ନୁହେଁ ଅବପାତର ରୂପ ନେଇପାରେ ଲଗୁଚାପ । ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଆଗାମୀ ପାଞ୍ଚଦିନରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି। ଆସନ୍ତା କାଲିଠାରୁ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ। ପରେ ୨୫ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
୭ ରୁ ୮ ଟି ସହରରେ ୪୦ ଡିଗ୍ରୀ ରୁ ଅଧିକା ତାପମାତ୍ରା ରହିଥିବା ବେଳେ ଅବଶିଷ୍ଟ ସହରରେ ୪୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ସ୍ଥିତି ନଥିବା ବେଳେ କେବଳ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଭୁବନେଶ୍ୱର: କେନ୍ଦ୍ରୀୟ ନେତାଙ୍କ ମାରାଥନ ଗସ୍ତ ଓଡ଼ିଶାକୁ ଜାରି ରହିଛି। ୨୩ରେ ଜେପି ନଡ୍ଡା ଓ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡଚଣା, ବାଲିକୁଦାରେ ନଡ୍ଡାଙ୍କ ସଭା ରହିଥିବାବେଳେ ଚିଲିକା ଓ ସାଲେପୁରରେ ଜନସଭା କରିବେ ଯୋଗୀ।
ସେହିପରି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ। ନିର୍ବାଚନୀ ସଭାରେ ଯୋଗ ଦେବେ ଅରୁଣ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ଅରୁଣ ଗୋଭିଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର