ତୃତୀୟ ଥର ପାଇଁ ବିଶ୍ବବିଜେତା ହେବାକୁ ପ୍ରସ୍ତୁତ ରୋହିତ ବାହିନୀ । ମ୍ୟାଚ ଦେଖିବା ପାଇଁ ଦେଶ ବିଦେଶର କୋଟି କୋଟି କ୍ରିକେଟ ପ୍ରେମୀ ଚାତକ ପରି ଅନାଇ ରହିଛନ୍ତି । ସମସ୍ତଙ୍କ ମନରେ ପ୍ରବଳ ଉତ୍କଣ୍ଠା ଆଉ ଉତ୍ସାହ ଭରି ରହିଛି। ଅହମ୍ମଦାବାଦ ଏୟାରପୋର୍ଟରେ ଦର୍ଶକଙ୍କୁ ସ୍ଵାଗତ କରାଯାଉଛି । ଫାଇନାଲ ମ୍ୟାଚ୍ ଦେଖିବକୁ ଷ୍ଟାଡିୟମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଷ୍ଟାଡିୟମରେ ମୋଦି ଉପସ୍ଥିତ ରହି ଟିମ୍ ଇଣ୍ଡିଆର ମନୋବଳ ଦଢ କରିବେ। ଭାରତ ଓ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ଏକ ଏୟାର ଶୋ’ ମଧ୍ୟ କରାଯିବ । ବିଶ୍ୱକପ୍ ଫାଇନାଲରେ ଭାରତର ବିଜୟ ମନାସି ବାରାଣାସୀରେ ସ୍ୱତନ୍ତ୍ର ଆଳତି ହୋଇଛି । କାଶୀର ଗଙ୍ଗା ଘାଟରେ ସ୍ୱତନ୍ତ୍ର ଗଙ୍ଗା ଆରତୀ କରାଯାଇଛି। ଏହିସମୟରେ ୨୧ ଶହ ଦୀପ ଜଳାଇ ଟିମ୍ ଇଣ୍ଡିଆ ବିଜୟ ପାଇଁ ପ୍ରାର୍ଥନା କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଲୋକମାନେ ଯୋଗ ଟିମ୍ ଇଣ୍ଡିଆର ଶୁମ ମନାସିଛନ୍ତି। ଆଜି ୨ଟାରେ ହେବ ମହାଲଢେଇ.. ଅପେକ୍ଷାରେ କ୍ରିକେଟପ୍ରେମୀ ...
ଅଧିକ ଦେଖନ୍ତୁ :