ଆତଙ୍କୀ ପାଠଶାଳା ଉପରେ ଏନଏଆଇଏର ବଡ ପ୍ରହାର । ବର୍ତ୍ତମାନ ଦେଶର ପ୍ରମୁଖ ତଦନ୍ତ ଏଜେନ୍ସିଙ୍କ ରାଡାର୍ରେ ପିଏଫ୍ଆଇ । ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ ହୋଇଛି ଆକ୍ସନ । ଏଥିପାଇଁ ତୁର୍କି ସହ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରୁ ଫଣ୍ଡିଂ ହେଉଥିବା ଚର୍ଚ୍ଚା ହେଉଛି । ଲଗାତାର ଦ୍ବିତୀୟ ଥର ପାଇଁ ପିଏଫଆଇ ଠିକାଣ ଉପରେ ରେଡ୍ ପରେ ସଂସ୍ଥା ଉପରେ ପ୍ରତିବନ୍ଧକ ଲାଗିବା ନେଇ ଚର୍ଚ୍ଚା ହେଉଛି ।
ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ- ପିଏଫଆଇ । ଏକ ଇସଲାମିକ କଟ୍ଟରପନ୍ଥୀ ସଙ୍ଗଠନ । ଆତଙ୍କବାଦୀ ସଙ୍ଗଠନ SIMI ଭାରତ ରୁ ବ୍ୟାନ ହେବା ପରେ ଏହାର ଫ୍ରଣ୍ଟାଲ ଅର୍ଗାନାଇଜେସନ ଭାବେ ୨୦୦୬ରେ ଗଠନ ହୋଇଥିଲା PFI । କେରଳକୁ କାର୍ଯ୍ୟ ଆରମ୍ଭ କରିଥିବା ପିଏଫଆଇ ଏବେ 24ଟି ରାଜ୍ୟରେ ସକ୍ରିୟ ରହିଛି । ଏହି ସଙ୍ଗଠନ ବାରମ୍ବାର ଦେଶବିରୋଧୀ କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଅଭିଯୋଗ ହୋଇଆସୁଛି । ହିଜାବ ମାମଲା ହେଉ କି ହାଥରସ୍ କାଣ୍ଡ, ଶାହିନବାଗ ହେଉ କି CAA ବିରୋଧୀ ହିଂସା ସବୁଠି PFI ର ହାତ ଥିବା ନେଇ ପ୍ରମାଣ ମିଳିସାରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଟନା ରାଲିକୁ ଟାର୍ଗେଟ କରିଥିଲା ପିଏଫଆଇ । ଟାର୍ଗେଟରେ ଅନେକ ହିନ୍ଦୁ ନେତା ଥିବା ନେଇ ଏନଆଇଏ ଆଗରେ ସ୍ବୀକାର କରିଥିଲା କେରଳରୁ ଗିରଫ ଜଣେ ପିଏଫଆଇ ସଦସ୍ୟ । ନିଜ ଏଜେଣ୍ଡାକୁ ଆଗକୁ ନେବା ପାଇଁ ପିଏଫଆଇ ସୋସିଆଲ ଡେମୋକ୍ରେଟିକ ପାର୍ଟି ଅଫ୍ ଇଣ୍ଡିଆ । କ୍ୟାମ୍ପସ ଫ୍ରଣ୍ଟ ଅଫ୍ ଇଣ୍ଡିଆ, ନ୍ୟାସନାଲ ଓମେନ ଫ୍ରଣ୍ଟ, ଅଲ ଇଣ୍ଡିଆ ଇମାମ କାଉନସିଲ ନାଁରେ ମଧ୍ୟ ସଙ୍ଗଠନ ଗଢ଼ି ରାଷ୍ଟ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛି । ସେଥିପାଇଁ ସାରା ଦେଶରେ ଏବେ ରାଷ୍ଟ୍ରଦ୍ରୋହୀ ସଙ୍ଗଠନ ପିଏଫଆଇ ଓ ଏହାର ସହଯୋଗୀ ଅନୁଷ୍ଠାନଗୁଡ଼ିକୁ ବ୍ୟାନ କରିବାର ଦାବି ଜୋର୍ ହୋଇଛି ।