ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ବଡ଼ ପ୍ରସ୍ତୁତି । ଜିରୋ କାଜୁଆଲିଟି ଉପରେ ସରକାରଙ୍କ ଫୋକସ୍ । ରାଜସ୍ବ ମନ୍ତ୍ରୀ କହିଛନ୍ତି ବାତ୍ୟା ମୁକାବିଲା ଲାଗି ରାଜ୍ୟରେ 250 ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । ଅତିରିକ୍ତ ଭାବେ 500 ରୁ ଉର୍ଦ୍ଧ୍ବ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ହେଉଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ । ତଳିଆ ଅଞ୍ଚଳର ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଓଡ୍ରାଫ ଟିମ ସବୁ ସମ୍ବେଦନ ଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି । ଏନଡିଆରଏଫ ଟିମ ମଧ୍ୟ ବାହାରି ସାରିଲେଣି । । ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ପ୍ରକିୟା ଆରମ୍ଭ ହେବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ଛୁଟି ବାତିଲ୍