ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
ଏହାସହ ଭର୍ତ୍ତୃହରି କହିଛନ୍ତି ନୂଆ ଟିମ୍ ସହ ଇନିଂସ ଆରମ୍ଭ କରିବାକୁ ଯାଉଛି । ଓଡ଼ିଶାରେ ଯେଉଁ ପରିବର୍ତ୍ତନ ହେବାକୁ ଯାଉଛି । ଆସିଲେ ଦେଖିପାରିବେ । ରାଜ୍ୟର ପ୍ରଗତି ଓ ଉନ୍ନତି ପାଇଁ କାମ କରିବାକୁ ବିଜେପି ଜରିଆରେ ସୁଯୋଗ ମିଳିବ । ମୋଦିଙ୍କ ଶକ୍ତି, ଶାହଙ୍କ ବିଶ୍ବାସ, ନଡ୍ଡାଙ୍କ ପ୍ରେରଣା ଆଗକୁ ନେବାକୁ ସାହାଯ୍ୟ କରିବ କହିଲେ । ଏକ ନୂଆ ଟିମ୍ ସହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛି ।
ଭର୍ତ୍ତୃହରି ମହତାବ 6 ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । 1998,1999,2004,2009,2014,2019 ରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି । 2017ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ ପାଇଥିବାବେଳେ 2017,2018,2019,2020ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଗତ 22 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି ମହତାବ ।