୨୩ ବର୍ଷର ସ୍ଥିର ସରକାର ସବୁ ବେଳେ କୁହେ ଆମେ କାମରେ ବିଶ୍ଵାସ କରୁ କଥାରେ ନୁହେଁ । ହେଲେ କାମ କେତେ ହେଉଛି ତାହା ସବୁ ଜଣା । ଚାଷୀ ଭାଇଙ୍କ ଲାଗି କାଳେ ଏ ସରକାର ସର୍ବାଧିକ ଗୁରୁତ୍ଵ ଦିଏ , ହେଲେ ଏବେ ପିଆଜ ଆସି ପହଞ୍ଚିଲାଣି ୮୦ ରେ । ଗରିବ ଖଟିଖିଆର ସାଥୀ ବୋଲାଯାଉଥିବା ପିଆଜ ଖାଇବ କଣ ବରଂ ଦେଖିଲା ବେଳକୁ ଆଖିରୁ ବହୁଛି ଲୁହ ।
ଇଏ ତ ଗଲା ଚାଷୀଙ୍କର କଥା । ଏବେ ନଜର ପକାନ୍ତୁ ନେତାଙ୍କ ଉପରେ । ସଜସଜ ଫାଇଭ୍-ଟି...ଅବଶ୍ୟ ଏହା ସାମ୍ବାଧାନିକ ବିଭାଗ ନୁହେଁ । ହେଲେ ବି ଚେୟାରମ୍ୟାନ ପଦ ଅଳଙ୍କୃତ କରିଥିବା ପାଣ୍ଡିଆନ୍ ବି ତାମିଲରୁ ଆମଦାନୀ ହୋଇଛନ୍ତି । ସଚିବ ଥିବା ବେଳେ ତ ଦଳର ସବୁ ନେତାଙ୍କୁ ବସଉଠ୍ କରାଉଥିଲେ ଏବେ ସହଜେ ରାଜନୈତିକ ପଦବୀରେ ବସିଛନ୍ତି ।
ନେତାଙ୍କଠୁ ଠିକାଦାର...କଂଟ୍ରାକ୍ଟରଙ୍କଠୁ ଲକ୍ଷ୍ମୀ ବସ୍ । ସବୁ ବାହାର ରାଜ୍ୟରୁ ଆମଦାନୀ ହେଉଛି । ପିଆଜ, ଆଳୁ, ଡାଲି, ମାଛ, ବିଲାତି ସବୁ ବାହାର ରାଜ୍ୟରୁ ଆମଦାନୀ । ଆଉ ଭକୁଆ ହୋଇ ଅନାଇଛନ୍ତି ଓଡ଼ିଆ । କଥାରେ ଅଛି ଆପେ ବଞ୍ଚିଲେ ବାପର ନା..ଆଉ ତାମିଲରୁ ଆସିଥିବା ବାବୁ ଏବେ ରାଜ୍ୟ ଶାସନର ଡୋରି ଧରିଛନ୍ତି । ଥରେ ଚିନ୍ତା କରନ୍ତୁ ସେ ବାବୁ ଜଣକ ରାଜ୍ୟର ବିକାଶ କଥା ଚିନ୍ତା କରୁଥିବେ ନା ବିନାଶ ? ଅବଶ୍ୟ ବାବୁଙ୍କର ପୋଗ୍ରାମ୍ରେ ଯେଉଁଠି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କ୍ରୀତ ଦାସ ହେବା କଥା କହୁଥିଲେ ସେଇଠୁ କାହାଠୁ ଆଶା କରିବେ କଣ ? ଦେଖାଯାଉ ଦଳୀୟ ଚାକିରି ପାଇବା ପରେ ନେତା ହୋଇଥିବା ନେତ୍ରୀ ଓ ନେତାମାନେ କେତେଦିନ ତାମିଲଙ୍କ କଥାରେ ବସଉଠ୍ ହେଉଛନ୍ତି ।