ରଙ୍ଗୀନ ଆଲୋକ ମାଳରେ ଝଲସିବ ଯୀଶୁ ଜନ୍ମ ନେଇଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ । ଖ୍ରୀଷ୍ଟମାସ ବଜାରରେ ମଧ୍ୟ ଲାଗିଛି ଭିଡ଼। ଖ୍ରୀଷ୍ଟମାସ ଟ୍ରି , କ୍ରିଙ୍ଗବେଲ, ଲାଇଟ, ସାଣ୍ଟାକ୍ଲୋଜ ଡ୍ରେସ୍ , ଟୋପି କିଣି ନେଉଛନ୍ତି ଗ୍ରାହକ । ଅତି ଉତ୍କଣ୍ଠାର ସହ ବର୍ଷକ ପରେ ଖ୍ରୀଷ୍ଟମାସ ଧୁମଧାମରେ ପାଳନ କରିବାକୁ ଅପେକ୍ଷା କରିଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ। ସାମୁହିକ ପାର୍ଥନା ପାଇଁ ଶେଷ ହୋଇଛି ପ୍ରସ୍ତୁତି। କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟ ସଂପ୍ରଦାୟ ମଧ୍ୟ ସାମିଲ ହୋଇଥାନ୍ତି ବଡଦିନ ପାଳନରେ । ବଡ଼ ଦିନରେ ଭିଡ଼କୁ ଦୃଷ୍ଟିରେ ରଖି କଟକ ସହରରେ ଥିବା ସମସ୍ତ ଚର୍ଚ୍ଚ ଆଗରେ ପୋଲିସ ମୁତୟନ ରହିବେ।
ଅଧିକ ଦେଖନ୍ତୁ :