ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ନିର୍ଦ୍ଧାରିତ ସମୟର ଖୁବ ପୂର୍ବରୁ ଆରମ୍ଭ ହୋଇଛି ରଥ ଟଣା ।
ପୁରୀ: ସରିଲା ଛେରା ପହଁରା । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ରଥରେ ଛେରାପହଁରା,ଶେଷରେ ଦର୍ପଦଳନ ରଥରେ ଛେରାପହଁରା କଲେ ଗଜପତି ମହାରାଜ । ଛେରା ପହଁରା ପରେ ଶ୍ରୀନଅର ଫେରିଲେ ଗଜପତି ।
ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ରଥ ଟାଣି ଆଣୁଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ନିର୍ଦ୍ଧାରିତ ସମୟର ଖୁବ ପୂର୍ବରୁ ଆରମ୍ଭ ହୋଇଛି ରଥ ଟଣା ।
ଅର୍ଗସ ବ୍ୟୁରୋ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ ବାରଣ। ଇସ୍କନକୁ ଚିଠି ଲେଖି ବାରଣ କଲେ ଗଜପତି। ଅଦିନିଆ ରଥଯାତ୍ରା ନ କରିବାକୁ ଚିଠି ଲେଖିଲେ ଗଜପତି।
ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ହୋଇଛି ଅଦିନିଆ ରଥଯାତ୍ରା ଆୟୋଜନ କରାଯାଇଥିଲା। ହ୍ୟୁଷ୍ଟନ ଇସ୍କନ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବଙ୍କ ଚିଠି। ହ୍ୟୁଷ୍ଟନରେ ଓଡ଼ିଆ ସମାଜ ପକ୍ଷରୁ ମଧ୍ୟ କରାଯାଉଛି ବିରୋଧ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିନାଶକାରୀ, ବିଧ୍ବଂସକାରୀ, ପ୍ରଳୟଙ୍କରୀ, ଭୟଙ୍କର । ଓଡ଼ିଶା ଇତିହାସର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। 1999 ମହାବାତ୍ୟା। ଅକ୍ଟୋବର 29ର ସେ କାଳରାତ୍ରୀ କଥା ମନେ ପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। 25 ବର୍ଷ ତଳର ସେ ଭୟାନକ ଦୃଶ୍ୟ ଆଜି ବି ଛାତିରେ ଭରିଦିଏ ଛନକା । ଏବେ ବି ବାତ୍ୟା କଥା ଉଠିଲେ ଯେତେବେଳେ ସବୁ ଓଡ଼ିଶାବାସୀଙ୍କ ମନକୁ ଆସେ ମହାବାତ୍ୟାର କଥା। ପ୍ରକୃତିର ସେ ତାଣ୍ଡବକୁ ଅଙ୍ଗେ ନିଭାଇଥିବା ଲୋକଙ୍କ ପାଇଁ ତ ସେଦିନର ସ୍ମୃତି ଦୁସ୍ବପ୍ନ ରୂପରେ ସଦା ସତେଜ ।
ଜଗତସିଂହପୁର ଏରସମା ବାସିନ୍ଦାଙ୍କ ଜୀବନର ସବୁଠାରୁ ଭୟାନକ ରାତି । ଆକାଶରେ ମାଡ଼ି ଆସିଲା ବତାସ, ବେଗ ଘଣ୍ଟାପ୍ରତି ପ୍ରାୟ 200 କିଲୋମିଟର । ବଙ୍ଗୋପସାଗରର ସେ କରାଳ ରୂପ। ଉପକୂଳକୁ ମାଡ଼ି ଆସିଲା ୨୦ଫୁଟ୍ ଉଚ୍ଚା ଜୁଆର। କେଇ ଘଣ୍ଟା ଭିତରେ ଘର ଦ୍ବାର, ଗଛ ଲତା ସବୁ କିଛି ହୋଇଗଲା ଛାରଖାର। ରାତି ପାହିଲା ବେଳକୁ ଉଜୁଡ଼ି ଯାଇଥିଲା ସବୁକିଛି। ଯେଉଁ ଆଡ଼କୁ ଆଖି ବୁଲାଇଲେ ଶ୍ମସାନ ପ୍ରାୟ ଚିତ୍ର।
ଏରସମା ଗଡ଼ବିଶୁନପୁର ପଞ୍ଚାୟତ ନଳବେଡି ଗାଁର ସୀତା ସିଂ । 99ର ସେ ମହାବାତ୍ୟା ତାଙ୍କୁ ସର୍ବସ୍ବାନ୍ତ କଲା। ଭାଗ୍ୟ ବଳରେ ଏକ ମଇଁଷି ଲାଞ୍ଜ ଧରି ବହୁ ଦୂର ପର୍ଯ୍ୟନ୍ତ ଭାସି ଯାଇ ଲାଗିଥିଲେ ବଳରାମପୁର ଗାଁରେ। ନିଜେ ସିନା ବଞ୍ଚିଗଲେ, ହେଲେ ଦଇବ ତାଙ୍କ ପରିବାରର ସମସ୍ତଙ୍କୁ ଛଡ଼ାଇନେଲା । ପରିବାରର ୧୮ ଜଣ ସଦସ୍ୟଙ୍କୁ ହରାଇଲେ ସୀତା। ଛାତିକୁ ପଥର କରି ଜୀବନ କାଟୁଛନ୍ତି। ଦାସମଠା, ନଳବେଡ଼ି, ଜୁଣଗରି ଗାଁରେ ୨୫ ବର୍ଷ ଧରି ମୃତକଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା ପାଳନ କରୁଛନ୍ତି । ଏହି ତିନିଟି ଗାଁରୁ ମହାବାତ୍ୟା ନେଇଥିଲା ୧୨୫୦ରୁ ଅଧିକ ଲୋକଙ୍କ ଜୀବନ । ଅନେକ ପରିବାର ହୋଇଥିଲେ ବାସହରା ହେଇଥିଲେ।
ମହାବାତ୍ୟାର ଛାତିଥରା ଅନୁଭୂତିକୁ ମନେପକାଇ ଆଜି ବି ଥରିଉଠନ୍ତି ଏରସମାବାସୀ । ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସଦଗତି ପାଇଁ ସାମୁହିକ ଶୋକସଭା, ଅଷ୍ଟପ୍ରହରୀ ନାମଯଜ୍ଞ ଆଦି କରାଯାଉଛି ।
ଅଢ଼େଇ ଦଶନ୍ଧି ତଳେ ମହାବାତ୍ୟା କେବଳ ଓଡ଼ିଶାର ପ୍ରାକୃତିକ ଚିତ୍ର ପରିବର୍ତ୍ତନ କରିଥିଲା ତାହା ନୁହେଁ, ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟରେ ବି ଆଣିଥିଲା ବଡ଼ ପରିବର୍ତ୍ତନ । କ୍ଷମତାକୁ ଆସିଲା ବିଜେଡି ସରକାର। କ୍ଷତିଗ୍ରସ୍ତ ଏରସମାବାସିନ୍ଦାଙ୍କୁ ନୂଆ ସରକାର ଦେଲେ ଅନେକ ପ୍ରତିଶ୍ରୁତି। ପକ୍କା ଘର, ଗାଁକୁ ପକ୍କା ରାସ୍ତା, ଜୀବନ ଜୀବିକା ସବୁଥିରେ ହେବ ଉନ୍ନତି । କିନ୍ତୁ ଅଢ଼େଇ ଦଶନ୍ଧି ପରେ ସବୁ ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା।
ଆଜିବି ଅନେକ ଲୋକ ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି । ଏବେ ବି ଅନେକ ଗାଁକୁ ସବୁଦିନିଆ ରାସ୍ତା ନାହିଁ । ପରବର୍ତ୍ତୀ ସମୟରେ ନିର୍ମିତ ୫୭ ବାତ୍ୟା ଆଶ୍ରୟ ସ୍ଥଳୀ ମଧ୍ୟରୁ ୫୨ଟି ବାତ୍ୟା ଆଶ୍ରୟସ୍ଥଳୀ ଏବେ ବିପଦ ସଂକୁଳ ଅବସ୍ଥାରେ । ତେଣୁ ବାତ୍ୟା ନାଁ ଶୁଣିଲେ ଏବେ ବି ଲୋକଙ୍କ ଭିତରେ ଛନକା। ପୁଣି ସେଭଳି ବିପର୍ଯ୍ୟୟ ଆସିଲେ ପୁଣି ସେଭଳି ବିନାଶର ଆଶଙ୍କା କରୁଛନ୍ତି।
ମହାବାତ୍ୟାରେ ସର୍ବସ୍ବ ହରାଇଥିବା ଲୋକଙ୍କ ଏ କ୍ଷତ ତ ଅପୂରଣୀୟ। କିନ୍ତୁ ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। 24 ବର୍ଷର ବିଜେଡି ସରକାର ଦ୍ବାରା ପ୍ରତାରିତ କରିଥିବା ଏସରମା ବାସୀ ନୂଆ ବିଜେପି ସରକାରଠାରୁ ରଖିଛନ୍ତି ଅନେକ ଆଶା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର