ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି… — Mohan Charan Majhi (@MohanMOdisha) October 22, 2024
ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସମସ୍ତ ବିଧାୟକ-ବିଧାୟିକାମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉପସ୍ଥିତ ରହିବାକୁ ସୋସିଆଲ ମିଡିଆ `X' ରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ପ୍ରୟାସ କରନ୍ତୁ ବୋଲି ସେ ଲେଖିଛନ୍ତି ।
ସମ୍ଭାବ୍ୟ ବାତ୍ୟା `ଦାନା' ପାଇଁ ଏଏସଆଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଐତିହ୍ୟସ୍ଥଳ ଓ ସଂଗ୍ରହାଳୟ ଗୁଡିକ ବନ୍ଦ ରହିବ। ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ଥିବା ସେଡ୍ ଓ ଅବରୋଧ ହଟାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଜଳ ନିଷ୍କାସନ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପିଂ ସେଟ୍ ରହିବ।
ପ୍ରତ୍ୟେକ ଐତିହ୍ୟ ସ୍ଥଳ ଓ ସଂଗ୍ରହାଳୟ ଗୁଡିକରୁ ହାଲୁକା ସାମଗ୍ରୀ ଗୁଡିକ ଖୋଲାଯିବ। ଓଭର ହେଡ଼ ଟ୍ୟାଙ୍କ୍ ଜଳ ଭର୍ତ୍ତି ରହିବା ନେଇ ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ଅକ୍ଟୋବରରେ ବାତ୍ୟା ହେବ ବୋଲି କହିଥିଲା ପାଞ୍ଜି !