"ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବ" - ମୃତ୍ୟୁଞ୍ଜୟ ମହାପାତ୍ର
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟରେ 250 ରିଲିଫ ସେଣ୍ଟର ପ୍ରସ୍ତୁତ ଅଛି । କଲେଜ ଓ ବିଦ୍ୟାଳୟ ଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତକୁ ଲକ୍ଷ୍ୟ ରଖାଯାଇଛି । ଓଡ୍ରାଫ୍ ଟିମ୍ ସବୁ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପହଞ୍ଚି ସାରିଲେଣି ।
ଏନଡିଆରଏଫ ଟିମ୍ ମଧ୍ୟ ବାହାରି ସାରିଲେଣି । ଅଧିକ NDRF ପାଇଁ ଆମେ କେନ୍ଦ୍ରକୁ କହିଛୁ । ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଆରମ୍ଭ ହେବ । ସ୍ୱାସ୍ଥ୍ୟ ବିଭାଗ ଗର୍ଭବତୀ ମହିଳାଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । 25 ତାରିଖ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯୋଗାଣ ବିଭାଗ ମଧ୍ୟ ଜିଲ୍ଲା ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପଠାଇ ସାରିଲାଣି । ବାତ୍ୟା ଆଶ୍ରୟ ସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ ସେଣ୍ଟରରେ ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀ ରହିବେ । ଗାଁ ରେ ଚୋରି ରୋକିବା ପାଇଁ ବି ପୋଲିସ ମୁତୟନ ହେବେ । ବାତ୍ୟା ସମୟରେ ହେବାକୁ ଥିବା ପରୀକ୍ଷା ଗୁଡିକୁ ଆବଶ୍ୟକ ପଡିଲେ ବାତିଲ କରାଯିବ ।