ଏଥିରେ ୮ ଟି ବିଷୟରେ ପିଲାଙ୍କୁ ତାଲିମ୍ ଦିଆଯାଉଛି । ଯେଉଁଥିରେ ହୋଟେଲ ଇଣ୍ଡଷ୍ଟ୍ରି ଠୁ ନେଇ ଆଇଟି ସେକ୍ଟର ଓ ଗ୍ରାଫିକ୍ସ ଡିଜାଇନ୍ ଭଳି କୋର୍ସରେ ପିଲାଙ୍କୁ ତାଲିମ୍ ଦିଆଯିବ । ୩ ରୁ ୪ ମାସ ତାଲିମ୍ ନେଇ ସାର୍ଟିଫିକେଟ ପାଇବା ପରେ ୨୫ ହାଜର ଟଙ୍କା ଦରମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚାକିରି ପାଇ ପାରିବେ ।
ସ୍କିଲ ଇଣ୍ଡିଆ ଓ NSDC ଏକାଡେମୀ ଉଦ୍ୟମରେ ଢ଼େଙ୍କାନାଳ ସହରରେ ଆରମ୍ଭ ହୋଇଥିବା ଏହି ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଆଗମୀ ଦିନରେ ଛାତ୍ରଛାତ୍ରୀମାନଙ୍କୁ ରୋଜଗାର ଯୋଗାଇବା ସହ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ । ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଛାତ୍ରଛାତ୍ରୀମାନେ ଆଶାବାଦୀ ହେବା ସହ ଏଭଳି ପ୍ରଚେଷ୍ଟା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଆଗାମୀ ଦିନରେ ଢେଙ୍କାନାଳ ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ବା ମଡର୍ଣ୍ଣ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଗତ 20 ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ ପରେ ଢେଙ୍କାନାଳରେ ଏହି ସେଣ୍ଟର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।