ସେ କହିଛନ୍ତି, ରାଜ୍ୟରେ ଆଦିବାସୀମାନେ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ । ଏହା କ'ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ? ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ମହୁପାଳ ଗାଁରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକେ ସ୍ବଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦି ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ସତ୍ତ୍ୱେ ରାଜ୍ୟରେ ପାନୀୟ ଜଳର ବିକଟ ସମସ୍ୟା ଦେଖାଯିବା ରାଜ୍ୟ ସରକାରଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଏଥର ପରିବର୍ତ୍ତନ ନିଶ୍ଚୟ ହେବ ବୋଲି ସୋସିଆଲ ମିଡିଆ Xରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ସମ୍ବଲପୁର ରେଢାଖୋଲ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରକଳ୍ପ ଅଦ୍ୟାବଧି ଶେଷ ନହେବା ସ୍ଥାନୀୟ ସରକାରର ଅପାରଗତା ଓ ମନୋମୁଖୀ ଶାସନକୁ ଦର୍ଶାଉଛି । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ କାରଣରୁ ଲୋକମାନେ ଆଜି ଅନେକ ଅସୁବିଧାର ସମ୍ମୁଖୀନ ହେବା କ’ଣ ୨୫ ବର୍ଷ ଶାସନର ରୂପାନ୍ତରୀକରଣ ? କେବଳ ଘୋଷଣା କରିଦେଲେ ହେବ ନାହିଁ, ପ୍ରତିଶ୍ରୁତି ପାଳନ କରିବାକୁ ପଡେ । ଚଳିତ ନିର୍ବାଚନରେ ଲୋକମାନେ ଏହାର ଉଚିତ୍ ଜବାବ ଦେବେ ବୋଲି ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ କାଦୋପଡା ପଞ୍ଚାୟତ ଅନ୍ତର୍ଗତ ମହୁପାଳ ଗ୍ରାମରେ ଅଧିକାଂଶ ଆଦିବାସୀ ଓ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ସେମାନେ ସ୍ୱଚ୍ଛ ପାନୀୟ ଜଳ ଓ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ମୋଦୀ ସରକାରରେ ଗତ ୫ ବର୍ଷରେ ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ପାଇଁ ମୋଟ ୧୦,୨୧୭ କୋଟି… pic.twitter.com/zmelyu10hh — Dharmendra Pradhan (मोदी का परिवार) (@dpradhanbjp) April 15, 2024