ଏଥିରେ ଜଣେ ପୁରୁଷ ଆଉ ଜଣେ ପିଲା ଅଛନ୍ତି । ସମସ୍ତଙ୍କ ଚିକିତ୍ସା ଚାଲିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ସୂଚନା ଅନୁସାରେ ବସରେ 47 ଜଣ ଯାତ୍ରୀ ଥିଲେ । ତେବେ କାଳିଆନନା ବସ ପୁରୀରୁ କୋଲକତା ହଳଦିଆ ଯାଉଥିଲା । ଏସସିବିରେ ୭ଟି ଆଇସିୟୁ ବେଡ ପ୍ରସ୍ତୁତ କରି ରଖାଯାଇଛି ।
ଅର୍ଥୋପେଡିକ, ନ୍ୟୁରୋଲଜି, ସର୍ଜରୀ, ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହ ସମୁଦାୟ ୪୦ ଜଣ ଡାକ୍ତରୀ ଟିମ୍ ଆହତ ଓ ଗୁରୁତର ଆହତ ଯାତ୍ରୀଙ୍କ ଚିକିତ୍ସା କରୁଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ହେଲେ ସେମାନଙ୍କ ପରିଚୟ ଯାଞ୍ଚ ପରେ ସେମାନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରାଯିବ । ଆବଶ୍ୟକ ପଡିଲେ ଟୋଲ ଫ୍ରି ନମ୍ବରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସସିବି ମେଡ଼ିକାଲ ପ୍ରଶାସନିକ ଅଧିକାରୀ ଡାକ୍ତର ଅଭିନାଶ ରାଉତ ।
ସେପଟେ ଯାଜପୁର ସଡକ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ ଲାଗି ଘୋଷଣା କରିଛନ୍ତି । ସେପଟେ ଏ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।