ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି। ଦ୍ଵିପହର ଧୂପ ସରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ 4ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।