ସୋନପୁରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ହମଲା । ରାମ ମନ୍ଦିରକୁ ନେଇ ପୂରା ଦେଶ ଯେତେବେଳେ ଉତ୍ସବ ମନାଉଥିଲା ସେତେବେଳେ ଏ ସରକାର ସେ ଉତ୍ସବକୁ ନବନାଇବାକୁ ଚକ୍ରାନ୍ତ କରିଥିଲେ । ହେଲେ ଲୋକେ ସେ ଉତ୍ସବକୁ ମନାଇଥିଲେ । ଦେଶର ବିକାଶ କେମିତି ହେବ ସେନେଇ ମୋଦି ସରକାର ସବୁବେଳେ ବ୍ୟସ୍ତ । ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟା କରୁଛି କେନ୍ଦ୍ର ସରକାର ।
ଖାଲି ଏତିକି ନୁହେଁ ବରଂ ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ବାବୁ ନାଁ ନେଉଛନ୍ତି । କେନ୍ଦ୍ରର ଯୋଜନା ଥିବା ପରେ ବି ଫଟୋ ମାରି ମିଛ ଗୁଜବ କରୁଛନ୍ତି ନବୀନ । ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ...ନବୀନ ବାବୁଙ୍କୁ ଡର ଲାଗୁଛି କାଳେ ଯୋଜନା କାର୍ଯ୍ୟକାରୀ ହେଲେ ହେଲେ ମୋଦି ନାଁ ନେଇଯିବେ । ତେଣୁ ସମୟ ଆସିଛି...ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି ଶାହ କହିଛନ୍ତି । ଏହାସହ କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି ଦାଦନ ଖଟିବାକୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ । ମୋଟ୍ ଉପରେ ନିର୍ବାଚନ ପୂର୍ବରୁ ଶାହଙ୍କ ଗସ୍ତ ବେଶ ଚର୍ଚ୍ଚାରେ ଥିଲା । ହେଲେ ଶାହ ଆସୁ ଆସୁ ଯେମିତି ହମଲା କଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।