ଓଡ଼ିଶାକୁ ଆଳୁ ଆସି ପାରୁନ ଥିବାରୁ ଆଳୁ ସମସ୍ୟା ଦୂର କରିବା ଲାଗି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ପ୍ରଦେଶରୁ ଆଳୁ ଆଣି ଆଳୁ ସମସ୍ୟା ଦୂର କରିଥିଲେ । ଉତ୍ତର ପ୍ରଦେଶ ପରେ ଏବେ ପଞ୍ଜାବରୁ ଆଳୁ ଆସିବ । ଲୋକଙ୍କ ଚାହିଦା ଅନୁସାରେ ଆଳୁ ଯୋଗାଇ ଦିଆଯିବ । ପଞ୍ଜାବରୁ ଆଳୁ ଆସିଲେ ବଜାର ଦର ନିୟନ୍ତ୍ରଣ ହେବ । ଓଡ଼ିଶାରେ ଆଳୁ ଦର ସ୍ଥିର ହେଲେ ପଶ୍ଚିମବଙ୍ଗ ଆଳୁ ଚାଷୀ ଉପରେ ଚାପ ସୃଷ୍ଟି ହେବ । ପଶ୍ଚିମବଙ୍ଗ ସରକାର ଏବେ ଆଳୁ କେଉଁଠି ବିକ୍ରି କରିବେ ତାହା ବଡ଼ ପ୍ରଶ୍ନ ? ଶେଷରେ ଚାଷୀ ଆଳୁ ବିକ୍ରି କରିବା ଅସମ୍ଭବ ହୋଇ ପଡିବ ।