ଗତକାଲି ବୁର୍ଲା ଏସଏନସିୟୁରେ ଶିଶୁ କନ୍ୟାର ଖୁବ ଧୁମଧାମ୍ ରେ ଏକୋଇସିଆ ପାଳନ ହୋଇଥିଲା । ହୋମ ଯଞ୍ଚ ସହ କେକ୍ କାଟି ଶିଶୁକନ୍ୟାର ନାମକରଣ ହୋଇଥିଲା ।
ପର କରିଦେଲା ପରିବାର, ଆଦରି ନେଲା ଭୀମସାର
ଧିରେ ଧିରେ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଥିବାବେଳେ ଆଉ ଅଳ୍ପ ଦିନ ପରେ ଡିସଚାର୍ଜ କରାଯିବ । ଏହାପରେ ହିଁ ଶିଶୁକନ୍ୟାର ଭବିଷ୍ୟତକୁ ନେଇ ପ୍ରଶାସନ ନିଷ୍ପତ୍ତି ନେବ । ହେଲେ ଠିକ ଏତିକି ବେଳେ ଉଦ୍ଧାର ଶିଶୁକନ୍ୟାର ମାଆର ପରିଚୟ ମିଳିଥିବା କହିଛନ୍ତି ଏସପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର । ଏବଂ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ଏସପି । ସେପଟେ ଉକ୍ତ ମହିଳା ଜଣଙ୍କ ଏସସିବିରେ ଚିକିତ୍ସାଧୀନ ଅଛନ୍ତି ।