ଶହ ଶହ କୋଟିର ମଦ ଘୋଟାଲାରେ ବିଜେଡିର ବଡ଼ ବଡ଼ିଆଙ୍କ ଲିଙ୍କକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି। ମଦ ବେପାରୀ ଦୀପକ ସାହୁ ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଆସିଛି ବଡ଼ ଅଭିଯୋଗ। ଦୀପକଙ୍କ କଂପାନି ଗାଡ଼ି ମନ୍ତ୍ରୀ ଟୁକୁନି ସାହୁ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଟୁକୁନି ସାହୁଙ୍କ ସ୍ବର୍ଗତ ସ୍ବାମୀଙ୍କୁ ମିଳିଥିଲା ଏ ଉପହାର। ବଡ ପ୍ରଶ୍ନ, ଉପହାର ପଛର କାରଣ କଣ ? ବିଜେଡିର ଆଉ କେଉଁ ନେତା କେଉଁ ଉପହାର ନେଇଛନ୍ତି କି ? ଶହ ଶହ କୋଟିର ମଦ ଘୋଟାଲାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ହୋଇଛି।
ସେହିପରି ପ୍ରଦୀପ ଅମାତ , ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତାଙ୍କର ଏହି ମାମଲାରେ ସଂପୃକ୍ତି ନେଇ ଅଭିଯୋଗ ଆଣିଛି ବିଜେପି। ଅନ୍ୟପଟେ ରେଡରେ ଜବତ ଲାଲ ଡାଏରୀକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେହି ଲାଲ୍ ଡାଏରୀରେ ଲୁଚିଛି କି ବଡ ସତ ? କୋଟି କୋଟି ଟଙ୍କାର ହିସାବ ନିକାସ ରହିଛି କି ଲାଲ ଡାଏରୀରେ ? ବିଜେଡି ଦଳର କେଉଁ ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ? ନୌକରସାହାଙ୍କ ସୁରକ୍ଷାରେ ଚାଲିଥିଲା କି ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ? ଲାଲ ଡାଏରୀରେ ଲୁଚିଛି ଏହି ସବୁ ପ୍ରଶ୍ନର ଉତ୍ତର ।