ଭୁଲ କଲେ ରାଜ୍ୟ ସରକାର କିନ୍ତୁ ଦୋଷ ଲଦିଦେଲେ କେନ୍ଦ୍ର ଉପରେ । ଖାଲି ଦୋଷ ଲଦିଲେ ତାହା ନୁହେଁ ବରଂ କେମିତି ଭୋଟ ପୂର୍ବରୁ କେନ୍ଦ୍ର ବିରୋଧରେ ଭୁଲ ବାର୍ତ୍ତା ଯିବ ସେନେଇ ହୀନ ଚକ୍ରାନ୍ତ ବି କଲେ । ଗତ ସପ୍ତାହରେ ସମ୍ବଲପୁରର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟ୍ଵିଟ କରି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି, ଏ ରାସ୍ତା କେବେ ସରିବ ? ହେଲେ ବବି ବାବୁ ବୋଧହୁଏ ଭୁଲି ଯାଇଥିଲେ ରି ତାଙ୍କରି ସରକାର ଲାଗି ଆଜି ରାସ୍ତାର ଏମିତି ଦୁରବସ୍ଥା ହୋଇଛି । କିନ୍ତୁ ସତ କଣ ସେନେଇ ଲୋକଙ୍କ ପାଖରେ କିଛି ଏମିତି ଢଙ୍ଗରେ ଉତ୍ତର ରଖିଥିଲେ ଧର୍ମେନ୍ଦ୍ର ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏ ବୟାନ ଧରାଇ ଦେଇଛି ବିଜେଡି ସରକାରଙ୍କ ମିଛ । କାହା ଯୋଗୁଁ ଶେଷ ହୋଇପାରୁନି କଟକ - ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ? କେନ୍ଦ୍ର ଅବହେଳା କରୁଛି ନା ରାଜ୍ୟ ସରକାର କରୁନାହାନ୍ତି ସହଯୋଗ ? ଜାତୀୟ ରାଜପଥ ନିର୍ମାଣ ପାଇଁ ମୋଦି ସରକାର ସମୟରେ ଓଡିଶାକୁ ଆସିଛି ସର୍ବାଧିକ 28 ହଜାର କୋଟିର ଅନୁଦାନ । କିନ୍ତୁ କାହିଁକି ସରୁନି କାମ ?
ସତ କଥା ହେଲା, ୫୫ ନଂ ଜାତୀୟ ରାଜପଥ କାମ ଏବେ ଯଦି ଦ୍ରୁତ ଗତିରେ ତ୍ଵରାନ୍ଵିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ । ୨୭ ଜୁଲାଇ ୨୦୨୩, ୨୮ ସେପ୍ଟେମ୍ବର ୨୦୨୨, ୨୬ ଏପ୍ରିଲ ୨୦୨୨, ୮ ଅକ୍ଟୋବର ୨୦୨୧ରେ ମୋଟ 4 ଥର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଳ୍ପ ତ୍ବାରାନ୍ବିତ କରିବାକୁ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅନେକ ଥର ଏନଏଚଏଆଇ କର୍ତୃପକ୍ଷଙ୍କ ସହ ଏନଏଚ ୫୫ ଉପରେ ସମୀକ୍ଷା କରିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ବଦଳରେ ଏଥିରେ ବାଧା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ନିଜ ଦୋଷ ଲୁଚାଇବାକୁ ଏବେ ନିର୍ବାଚନ ବେଳେ ବିଜୁ ଜନତା ଦଳ କରୁଛି ମିଛ ପ୍ରଚାର।
ନିର୍ବାଚନ ପାଖେଇ ଆସିଲାଣି, ବିଜେଡି ବିରୋଧରେ ଅସନ୍ତୋଷ ବଢିଲାଣି । ହେଲେ ଏ ଅସନ୍ତୋଷକୁ ଚାପିବାକୁ କେନ୍ଦ୍ର ନାଁରେ ଦୋଷ ଦେଇ ଖସିବାକୁ ଚେଷ୍ଟା କରୁଥିଲେ ରାଜ୍ୟ ସରକାର । କିନ୍ତୁ ସବୁ ସତର ଗୁମର ଖୋଲିଦେଲେ ଧର୍ମେନ୍ଦ୍ର ।