ଓଡ଼ିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ କରାଯିବ। ମତ୍ସ୍ୟଚାଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯୁବକଙ୍କୁ ରୋଜଗାର ସରକାରରଙ୍କ ପ୍ରାଥମିକତା ରହିବ। ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର। ରାଜ୍ୟପାଳଙ୍କ ଅଭିଭାଷଣ ରଖାଯିବା ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ।
ଗୃହକୁ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି। ୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣ ବଜେଟ୍ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ଦିଆଯିବ ନିଯୁକ୍ତି। ଅନୁସୂଚିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କରାଯିବ କାର୍ଯ୍ୟକାରୀ।