- ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି ।
- ପାରାଦୀପ ଓ ଏରସମା ବେଳା ଭୁମିରେ ଭାରତୀୟ ନ୍ୟାୟ ସଂହିତା 163 ଲାଗୁ
- ୨୬ ତାରିଖ ଯାଏଁ ଲାଗୁ ; ନଦୀ, କେନାଲ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ
- ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ଦାନା ।
- ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢୁଛି ।
- ଧାମରା ପାରାଦୀପ ରାଜନଗରରେ ବର୍ଷା
- ବାତ୍ୟା ପ୍ରଭାବରେ ଧାମରା, ପାରାଦୀପରେ ବର୍ଷା ଆରମ୍ଭ
- ଆକାଶରେ ଘୋଟି ଆସିଲାଣି କଳାହାଣ୍ଡିଆ ମେଘ
- ଧାମରାରେ ବର୍ଷା ସହ ପବନ, ପାରାଦୀପ ଆକାଶ ମେଘାଚ୍ଛନ୍ନ
- କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ
- ଆସନ୍ତାକାଲି ମଧ୍ୟରାତ୍ର ଓ ୨୫ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ।
- ସେହି ସମୟରେ ପବନର ବେଗ ୧୦୦ ରୁ ୧୧୦ ଅର୍ଥାତ୍ ଝଟକା ପବନ ୧୨୦ କିମି ରହିବା ସମ୍ଭାବନା ।
- ସମୁଦ୍ର ଅଶାନ୍ତ ରହିଛି । ପୁରୀ, ଧାମରା, ପାରାଦୀପ ବନ୍ଦର ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଥିବାବେଳେ ଗୋପାଳପୁରକୁ ଜାରି ହୋଇଛି ୮ ନମ୍ବର ବିପଦ ସଙ୍କେତ ।
- ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ।
- ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ବର୍ଷିବ ।
- ୨୫ରେ ମଧ୍ୟ ବର୍ଷାର ପ୍ରଭାବ ରହିବ, ୨୬ରୁ କମିବ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ।
- ପାରାଦୀପରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ କଟକଣା ।
- ୧୬୩ ଲାଗୁ ହେବ କହିଲେ ଜଗତସିଂହପୁର ଜିଲ୍ଲାପାଳ ।
- ସମୁଦ୍ରକୁ ସଂଯୋଗ କରୁଥିବା ନଦୀ ବନ୍ଧରେ ଭାରିଯାନ ମନା ।
- ବାତ୍ୟା ପାଇଁ ନନ୍ଦନକାନନ ବନ୍ଦ ।
- ଆସନ୍ତାକାଲି ଓ ୨୫ ତାରିଖରେ ବନ୍ଦ -ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ ।
- ଦୁଇ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ
- ବାତ୍ୟା ଦୃଷ୍ଟିରୁ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
- ଖାଦ୍ୟ ସାମଗ୍ରୀ ମହଜୁଦ, ଜେନେରେଟର ବ୍ୟବସ୍ଥା
- ଦରକାର ପଡ଼ିଲେ ସେମାନଙ୍କର ୨୪, ୨୫ ଦର୍ଶନ ବନ୍ଦ ରହିପାରେ
- ଶ୍ରଦ୍ଧାଳୁ ଏ ସମୟରେ ଶ୍ରୀମନ୍ଦିର ଓ ସି-ବିଚ୍ ନଆସନ୍ତୁ
- ଗଣମାଧ୍ୟମ ଜରିଆରେ ଅପିଲ କଲେ ପୁରୀ ଜିଲ୍ଲାପାଳ
- ବାତ୍ୟା ଦାନାକୁ ଦୃଷ୍ଟିରେ ରଖି OCS ପ୍ରିଲିମନାରୀ ପରୀକ୍ଷା ଘୁଞ୍ଚିଲା ।
- OCS ପ୍ରିଲିମନାରୀ ପରୀକ୍ଷା ଆସନ୍ତା 27ରେ ହେବାର ଥିଲା ।
- ସପ୍ତାହେ ପରେ ସାନି ତାରିଖ ଘୋଷଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ।
- ସ୍ଥଳ ଭାଗ ଛୁଇଁଲା ବାତ୍ୟାର ବାହ୍ୟ ବଳୟ ।
- ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ
- BMCର କର୍ପୋରେଟରଙ୍କ ସହ ମେୟରଙ୍କ ବୈଠକ
- ସମସ୍ତଙ୍କ ଛୁଟି ବାତିଲ୍ କରାଯାଇଥିବା କହିଲେ ବିଏମସି ମେୟର
- 'ମୁକାବିଲା ପାଇଁ ୮୦ରୁ ଅଧିକ ଆଶ୍ରୟ ସ୍ଥଳୀ କରାଯାଇଛି'
- 'ବିଭିନ୍ନ ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ହେବ ଆଶ୍ରୟସ୍ଥଳୀ
- ବିଦ୍ୟୁତ୍ ସହ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ହେବ'
- 'ପାଣି ଜମୁଥିବା ସ୍ଥାନ ଚିହ୍ନଟ, ପାଣି ପମ୍ପ ବ୍ୟବସ୍ଥା କରାଯିବ'
- 'ଆଶ୍ରୟସ୍ଥଳୀରେ ରନ୍ଧା ଓ ଶୁଖିଲା ଖାଦ୍ୟ ପହଞ୍ଚାଯିବ'
- ବିଏମ୍ସି ହେଲପ୍ଲାଇନ୍ ନମ୍ବର- ୧୯୨୯
- ସଂଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ
- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା
- 'ବାତ୍ୟା ପ୍ରଭାବରେ ସନ୍ଧ୍ୟାରୁ ବର୍ଷାର ମାତ୍ରା ବଢ଼ିବ'
- 'ପ୍ରଭାବିତ ଜିଲ୍ଲାରୁ ୧୦ରୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଲକ୍ଷ୍ୟ'
- 'ଗ୍ରାଉଣ୍ଡରେ ଅଧିକାରୀ ଅଛନ୍ତି, ସ୍ଥାନାନ୍ତରଣ ଆରମ୍ଭ ହୋଇଛି
- ସ୍ଥାନାନ୍ତରଣ ଲାଗି ଲୋକେ ପ୍ରଶାସନକୁ ସହଯୋଗ କରନ୍ତୁ'
- ସନ୍ଧ୍ୟା ସୁଦ୍ଧା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ନିବେଦନ କଲେ ମନ୍ତ୍ରୀ
- 'ଲୋକେ ଆଶ୍ରୟସ୍ଥଳୀକୁ ଗଲେ ପୋଲିସ, ପ୍ରଶାସନ ଗାଁ ଜଗିବ'
- 'ବିଭିନ୍ନ ବିଭାଗ ସହ ଜିଲ୍ଲା ଓ ବ୍ଲକ ସ୍ତରରେ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା
- ୬ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଛି'
- '୯ ଜିଲ୍ଲା ଦାୟିତ୍ୱରେ ମନ୍ତ୍ରୀ, ବାତ୍ୟା ପରେ କ୍ଷୟକ୍ଷତି ଅନୁଧ୍ୟାନ କରିବେ'
- 'ଚାଷ ଫସଲ, ଘର ଭଙ୍ଗା ଓ ଥଇଥାନ ପର୍ଯ୍ୟନ୍ତ ତଦାରଖ କରିବେ'
- 'କୃତ୍ରିମ ଅଭାବ ସୃଷ୍ଟି କଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ'