ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛୁଆଟି ବୋରୱେଲରେ ପଡ଼ିଥିବା ଜଣାପଡ଼ିବାର ସାଢ଼େ ୬ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବା ପରେ ଛୁଆଟିକୁ ଡାକ୍ତରଖାନା ନିଆଯାଇଛି ।
ହେଲେ ଏଠି ପ୍ରଶ୍ନ ଗୋଟିଏ, ଆଜି ବି କଣ ଶିଶୁକନ୍ୟାଙ୍କ ପ୍ରତି ସମାଜରେ ଏଭଳି ମନୋଭାବ ରହିଛି । ସୃଷ୍ଟିର ପ୍ରକାରଭେଦ କଣ ? ପୁରୁଷ-ନାରୀ ପରା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ତେବେ କେମିତି ନିଜ ଜନ୍ମକଲା ପିଲା ପ୍ରତି ନିଷ୍ଠୁର ପାଲଟିଯାଆନ୍ତି ବାପା-ମାଆ ?
ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟା ସୁରକ୍ଷିତ ଭାବେ ଉଦ୍ଧାର ହେବା ଖବର ଆଶ୍ୱସ୍ତ କରିଛି - ଧର୍ମେନ୍ଦ୍ର ପ୍ରଧାନ