ଏସନ ନରବାତ୍ରୀ ପୂଜାକୁ ନେଇ ଭକ୍ତଭାରି କନଫ୍ୟୁଜ । କାରଣ ପଞ୍ଜିକା ଅନୁସାରେ ଅଷ୍ଟମୀ ଅକ୍ଟୋବର ୧୧ରେ ପଡୁଛି, ୧୨ରେ ଦଶମୀ ପଡୁଛି । ଯଦି ୧୧ରେ ଅଷ୍ଟମୀ ଓ ୧୨ରେ ଦଶମୀ ପଡୁଛି ତାହାଲେ ନବମୀ ପୂଜା କେବେ ହେବ ତାହାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଲାଣି । କାରଣ ଅନେକ ଭକ୍ତ ୯ ଦିନ ପର୍ଯ୍ୟନ୍ତ ଉପବାସ ରଖନ୍ତି ଓ ଦଶମୀରେ ଉପବାସ ଭାଙ୍ଗନ୍ତି। ଖାଲି ଏତିକି ନୁହେଁ ବରଂ ଅନେକ ଅଷ୍ଟମୀରେ ବି ଉପବାସ ରଖନ୍ତି । ତେଣୁ ନବମୀକୁ ନେଇ ସେମାନେ ଦ୍ଵନ୍ଦ୍ଵରେ ରହିବା ସ୍ଵାଭାବିକ କଥା ।
ସୂଚନା ଅନୁସାରେ, ଚଳିତବର୍ଷ ନବରାତ୍ରି ୩ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଓ ଅକ୍ଟୋବର ୧୨ ତାରିଖରେ ସରିବ । ନବରାତ୍ର ଉତ୍ସବରେ ଗୁରୁତ୍ୱପୂର୍ଣ୍ଣ ତିଥିଙ୍କ ମଧ୍ୟରେ ଗୋଟିଏ ହେଉଛି ଉଦୟା ତିଥି । ବ୍ରତର ପାରଣ ଉଦୟା ତିଥି ପରବର୍ତ୍ତି ଦିନ କରାଯିବା ଉଚିତ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଚଳିତବର୍ଷ ନବପତ୍ରିକା ପ୍ରବେଶ ସପ୍ତମୀ ଗୁରୁବାର ୧୦ ଅକ୍ଟୋବରରେ ହେବ । ଅଷ୍ଟମୀ ବ୍ରତ ଏହାର ପରଦିନ ଅର୍ଥାତ ୧୧ ଅକ୍ଟୋବର ଶୁକ୍ରବାର ପାଳନ ହେବ । ଅଷ୍ଟମୀ ତିଥି ଶୁକ୍ରବାର ସକାଳ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ରହିବ । ଏହା ପରେ ନବମୀ ତିଥି ଆରମ୍ଭ ହୋଇଯିବ ।
ଦୁର୍ଗାଷ୍ଟମୀକୁ ନେଇ ଅନେକ ସମୟରେ ଦ୍ଵନ୍ଦ୍ଵ ଦେଖାଯାଏ । କାରଣ ଏହିଦିନ ଲକ୍ଷାଧିକ ଲୋକ ଉପବାସ କରନ୍ତି । ହେଲେ ଜ୍ୟୋତିଷଙ୍କ ମତ ଅନୁସାରେ ଅଷ୍ଟମୀ ଚଳିତବର୍ଷ ୨ ଦିନ ପାଳନ ହେବ। ଉଦୟା ତିଥି ଅନୁସାରେ ମହାଷ୍ଟମୀ ବ୍ରତ ଅକ୍ଟୋବର ୧୧ରେ ରଖାଯାଇ ପାରିବ ଓ ବ୍ରତ ୧୨ ଅକ୍ଟୋବର ନବମୀ ସକାଳ ୬ଟା ୫୨ ମିନିଟରେ ଭଙ୍ଗ ହେବ । ବ୍ରତ ଅଷ୍ଟମୀରେ ସେବେ କରାଯିବା ଉଚିତ ଯେବେ ଏହା ନବମୀ ସହି ମେଳ ହେଉଥିବ ଓ ବ୍ରତ ନବମୀ ଦିନ ସୂର୍ଯ୍ୟୋଦୟ ପରେ ପାରଣ କରାଯାଇପାରେ । ଚଳିତବର୍ଷ ଅଷ୍ଟମୀ ଯୁକ୍ତ ନବମୀ ୧୧ ଅକ୍ଟୋବର ଶୁକ୍ରବାରରେ ପଡୁଛି । ତେଣୁ ଏହିଦିନ ହିଁ ଉପବାସ କରିବେକୁ ପରାମର୍ଶ ଦିଆଯାଇଛି ।