ଅର୍ଗସ ବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ବଡ ଅଘଟଣ । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଶିଶୁ ବିଭାଗ SNCUରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଥିବା ସନ୍ଦେହ କରାଯାଉଛି ।ସର୍ଟ ସର୍କିଟରେ ଗୁରତର ହୋଇଛନ୍ତି ୩୦ ରୁ ଅଧିକ ମା ଓ ଶିଶୁ । ଶିଶୁ ଓ ମାକୁ ଅନ୍ୟ ବିଭାଗକୁ ସ୍ତାନାନ୍ତର କରଯାଇଛି । ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି । ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବିଭାଗରେ ଥିବା ସମସ୍ତ ନବଜାତ ଶିଶୁ ଓ ମା’ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାପୋଷି ଗ୍ରାମର ଇଚାଘୁଟୁ ସାହି। ଦେଶ ସ୍ଵାଧୀନ ହେବାର ଏତେ ବର୍ଷ ପରେବି ଗାଁ କୁ ସଂଯୋଗ ହୋଇ ପାରନି ପକ୍କା ରାସ୍ତା । ପାଦଚଲା କଚ୍ଚା ରାସ୍ତା ଯୋଗୁଁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ବର୍ଷା ଦିନ କଥା ନ କହିବେ ଭଲ। ଅସରାଏ ବର୍ଷା ପରେ ରାସ୍ତାର କାଦୁଅ ବିଲର ଭ୍ରମ ଶ୍ରୁଷ୍ଟି କରୁଛି। ଆଉ ଏହି ରାସ୍ତା ଦେଇ ପ୍ରତି ଦିନ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।
ଖାଲି ରାସ୍ତା କହିଁକି ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟତର। ଗାଁରେ ଚାରୋଟି ନଳକୂପ ଅଛି ସତ ମାତ୍ର ସେଥିରୁ ଦୁଇଟି ମାତ୍ର ନଳକୂପରୁ ପାଣି ବ୍ୟାବହାର ହେଉଛି। ଅନ୍ୟ ଦୁଇଟିରୁ ନାଲି ପାଣି ବାହାରୁଛି। ଯେଉଁ ପାଣି ବ୍ୟବହାର କରି ଗାରୋର କିଡନୀ ରୋଗ ବ୍ୟପୁଥିବା ଅଭିଯୋଗ ହୋଇଛି। ସେଭଳି ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଥିବା ବିଦ୍ୟାଳୟର ଖେଳ ପଡିଆ ପାଇଁ ଥିବା ୨ଏକର ୨୫ ଡେଶ୍ମିଲ ଜାଗା ଖେଳ ପଡ଼ିଆ ବଦଳରେ ଜଣେ ବ୍ୟକ୍ତିଗତ ଭାବରେ ଘର ତିଆରି କରି ନିଜ ଗାଡି ରଖୁଥିବା ଅଭିଯୋଗ ହୋଇଛି। ଗାଁର ସମସ୍ୟ ଅନେକ। ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଅନେକ ମିଳିଛି ମାତ୍ର ସଵୁ ପାଲଟିଛି ପ୍ରତାରଣା । ତେବେ ଦେଖିବାକୁ ବାକି ରହିଲା ଏହି ଖବର ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ ବା ସରକାର ଏହି ଗରିବ ଆଦିବାସୀଙ୍କ ପ୍ରତି କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: