Videos
|
Odisha

ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା

Manini Pattanayak
Browse all articles by Manini Pattanayak
·2 years ago·2 min read
ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା

ଭଦ୍ରକ:  ହେଲମେଟ ପିନ୍ଧି  ଅନ୍ୟ ଜଣେ ବାନ୍ଧବି ସହ ଆସି ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା। ଘଟଣା କଣ ବୁଝିବା ପୂର୍ବରୁ  ପ୍ରେମିକର ଘରେ ନିଆଁ ଲଗାଇଦେଇଥିଲା ପ୍ରେମିକା।  ସ୍ଥାନୀୟ ଲୋକେ ଏବଂ  ପ୍ରେମିକର ପରିବାର ଲୋକେ  ଜମା ହୋଇ  ନିଆଁ ଲିଭାଇବା ସହ  ପ୍ରେମିକା ଏକ ତାଙ୍କ ବାନ୍ଧବୀଙ୍କୁ  କାବୁ କରିଥିଲେ।  ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତ ରୁକୁଣା ଦେଇପୁର ଗ୍ରାମରେ। ଉଭୟଙ୍କର 4ବର୍ଷର ପ୍ରେମ.. ଏବେ ସେହି ପ୍ରେମକୁ ପ୍ରତାରଣା ଭାବି ସହି ନପାରି ପ୍ରତିଶୋଧ ପାରାୟଣ ହୋଇ ନିଜର ସାଙ୍ଗ ସହିତ ମିଶି ପ୍ରେମିକର ଘରକୁ ନିଆଁ ଲଗାଇ ଦେଇଛି ପ୍ରେମିକା। ଏନେଇ ପ୍ରେମିକର ପରିବାର ପକ୍ଷରୁ ଅଭଯୋଗ ହୋଇଛି ବାସୁଦେବପୁର ଥାନାରେ।  
 ପ୍ରଭାତ ମହାପାତ୍ରଙ୍କୁ ଭଦ୍ରକ କଚେରୀ ବଜାର ଅଂଚଳର ଅନ୍ନପୂର୍ଣ୍ଣା  ଦୀର୍ଘ 4ବର୍ଷ ଧରି ପ୍ରେମ କରି ଆସୁଥିଲେ।  ସବୁ ଠିକଠାକ ଚାଲିଥିଲା ଉଭୟଙ୍କ ମଧ୍ୟରେ ।  

ହେଲେ ଗତ କିଛି ଦିନ ହେବ ପ୍ରଭାତ ଅନ୍ନପୂର୍ଣ୍ଣାଙ୍କ ସହିତ ଫୋନରେ ଅଳ୍ପ କିଛି ସମୟ ପାଇଁ  କଥା ହୋଇଯାଅନ୍ତି। ନା ପୂର୍ବଭଳି ଦେଖାସାକ୍ଷାତ ଥିଲା।  ଏପରି କରି ଅର୍ଣ୍ଣପୂର୍ଣାଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିଲେ ପ୍ରଭାତ ।  ତେବେ ପ୍ରଭାତଙ୍କ  ଏଭଳି  ଦୁରେଇ ରହିବାକୁ ସହି ନପାରି ପ୍ରେମିକା ଅନ୍ନପୂର୍ଣ୍ଣା    ଜଣେ ସାଙ୍ଗକୁ ଧରି ପ୍ରେମିକା ଘର ରୁକୁଣା ଦେଇପୁର ଗ୍ରାମରେ ପହଞ୍ଚି ଥିଲେ।  କେହି କିଛି ଜାଣିବା ପୂର୍ବରୁ ସାଥିରେ ଆଣିଥିବା ପେଟ୍ରୋଲକୁ ପ୍ରେମିକର ଘର ଉପରେ ଢାଳି ନିଆଁ ଲଗାଇ ଦେଇଥିଲେ । ପ୍ରଭାତଙ୍କ ମା ଜ୍ୟୋସ୍ନାରାଣୀ ଓ ଗ୍ରାମବାସୀ ମାନେ ତୁରନ୍ତ ନିଆକୁ ଆୟତ କରିବା ସହିତ ପ୍ରେମିକା ଓ ତାର ସାଙ୍ଗକୁ କାବୁ କରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଭାତଙ୍କ ପ୍ରେମିକା ଅନ୍ନପୂର୍ଣ୍ଣା ଓ ତାର ସାଙ୍ଗକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। 

ଅଧିକ ଦେଖନ୍ତୁ 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: