ଅର୍ଗସ ବ୍ୟୁରୋ:ନେତା କହିଲେ ସବୁ ଠିକ୍,କିନ୍ତୁ ଭିତରେ ସବୁ ଗୋଳମାଳ,ବିଜେଡି କନ୍ଦଳ ଦିଶୁଛି ଜଳଜଳ,ଭଦ୍ରକ ଜିଲ୍ଲାରେ ବିଜେଡିରେ ପେଜ ପଡିଚାଲିଥିଲା,ଦଳ ୨୪ରେ ଗଡ଼ ହରାଇଲା,ଆଉ ଶେଷରେ ସତ ଆସିଲା ସାମ୍ନାକୁ, ଅବସର ଥିଲା ଶଙ୍ଖ ଭବନରେ ବିଜେଡିର ଭଦ୍ରକ ଜିଲ୍ଲାରେ ନୈରାଶଜନକ ପ୍ରଦର୍ଶନ ନେଇ ସମୀକ୍ଷା ଚାଲିଥିବାବେଳେ ଦେଖିବାକୁ ମିଳିଲା ଅପ୍ରିତିକର ପରିସ୍ଥିତି,କିଛି କର୍ମୀ କହିଲେ ନେତା ଖାତିରି ଦେଖାଇଲେ,ବିଜେଡିର ଗଡ ଭାଙ୍ଗିଗଲା,ଆଉ କିଛି କର୍ମୀ ବିଜେଡିର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଗାଳି କରିଥିବା କଥା ମଧ୍ୟ ଚର୍ଚ୍ଚା ହେଲା,ବିଷ୍ଣୁବ୍ରତ ବାସୁଦେବପୁରରେ ଜିତିଥାନ୍ତେ କିନ୍ତୁ କୁଆଡେ ମୁକ୍ତି ତାଙ୍କୁ ଜିତାଇବାକୁ ଦେଲେନି ,ଷଡଯନ୍ତ୍ର କରି ହରାଇଦେଲେ ବୋଲି କର୍ମ କୁଆଡେ ଅଭିଯୋଗ କରିଛନ୍ତି,କେବଳ ସେତିକିରେ କଥା ସରିନି,ବିଷ୍ଣୁବ୍ରତ ସିଧାସଳଖ ମୁକ୍ତିଙ୍କ ଉପରେ ଆରୋପ ଲଗାଇଥିଲେ ବୋଲି କୁହାଯାଉଛି। ଆଉ ବିଷ୍ଣୁ ଏମିତି ବିରୋଧରେ ଲମ୍ବା ତାଲିକା ଖୋଲିଲେ ଯେ,ମୁକ୍ତି କୁଆଡେ ପୁରା ଚୁପ୍। କନ୍ଦଳ ଏତେ ବଢିଗଲା ଯେ ଶଙ୍ଖ ଭବନରେ ପୂର୍ବତନ ସାଙ୍ଗଠନିକ ସମ୍ପାଦକ ବବି ଦାସ ପହଞ୍ଜିବା ପରେ କର୍ମୀମାନେ ତାଙ୍କୁ ଘେରିଯାଇ ତାଙ୍କୁ କହିବାକୁ ଲାଗିଲେ,କାଳେ ଗୁମର ଖୋଲି ଯିବ,ସେଥି ଲାଗି ପାଟି ଚୁପ୍ କରି କର୍ମୀଙ୍କୁ ଶଙ୍ଖ ଭବନ ଭିତରକୁ ଡାକିନେଲେ ବବି। ଆଲୋଚନା ସରିବା ପରେ ମୁକ୍ତିକାନ୍ତ ମଣ୍ଡଳ କହିଲେ ଏଭଳି କିଛି ଘଟିନାହିଁ ବୋଲି।ବିଜେଡି ନେତାସୁପ୍ରିମୋ ନବୀନ ପଟ୍ଟନାୟକ ଦଳରେସମସ୍ତେ ଏରଜୁଟ୍ ହୋଇ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଲେ ବୋଲି କିହିଲେ ବିଜେଡି ନେତା
ଅର୍ଗସ ବ୍ୟୁରୋ: ବାଲେଶ୍ବରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ । ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଦର ପୂର୍ବତନ ବିଧାୟକଙ୍କ ସ୍ବରୂପ ଦାସଙ୍କ ବିରୋଧରେ ଅଷନ୍ତୋସ ଝାଡିଛନ୍ତି ବିଜେଡି ନେତା ଶଶି କୁମାର ସାହୁ । ସାମାଜିକ ଗଣମାଧ୍ୟମରେ ସିମୁଳିଆ ପୂର୍ବତ୍ତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କୁ ଖଳ ପ୍ରକୃତିର ଲୋକ ଓ ବିଜୁ ଜନତା ଦଳ ତାଙ୍କ ପରିବାରର ସମ୍ପତି ନୁହଁ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି ଶଶି । ଗତକାଲି ବିଜେଡି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନରେ ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
କିନ୍ତୁ ସଭାକୁ ବାଲେଶ୍ବର ବସ୍ତା ବିଧାୟିକା ସୁବାଶିନୀ ଜେନା, ସଦର ବ୍ଲକ ଚୈୟାରମ୍ୟାନ, ଜିଲ୍ଲା ପରିଷଦ ଚୈୟାରମ୍ୟାନ ନାରାୟଣ ପ୍ରଧାନ ଓ ମ୍ୟୁନସିପାଲଟି ଚୈୟାରମ୍ୟାନ ସବିତା ସାହକୁ ଡକା ଯାଇନଥିଲା, ଯାହାକୁ ନେଇ ଆଜି ସାମାଜିକ ଗଣ ମାଧ୍ୟମରେ ବିଜେଡି ନେତା ଶଶି କୁମାର ସାହୁ ଅଷନ୍ତୋଷ ବ୍ୟକ୍ତ କରିବା ସହିତ ଜୌତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କିଛି ମାସର ବ୍ୟବଧାନ ପରେ ଚଳିତବର୍ଷ ଆଜିଠାରୁ ଖୋଲିଛି ଜାତୀୟ ଉଦ୍ୟାନ । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବାବେଳେ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲିଛି । ଶିମିଳିପାଳର ଇକୋ କଟେଜ ଗୁଡିକୁ ସଜ୍ଜିତ ହୋଇଛି । ଏବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବ । ସକାଳ ୬ଟାରୁ ୧୨ ଟା ଯାଏ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ଅନଲାଇନରେ ବୁକିଂ କରିପାରିବେ । ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ଚଳିତବର୍ଷ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍। ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍ର ରେଡ୍ । ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି । ଭୋର 5 ଟାରୁ ଦିନ 9ଟା ପର୍ଯ୍ୟନ୍ତ 4 ଘଣ୍ଟା ଧରି ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଚଢ଼ାଉବେଳେ 2ଟି ବଡ଼ ଦେଶୀ ମଦ ଭାଟିରୁ ମଦ ନଷ୍ଟ କରିଛି ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...