ସର୍ବଦଳୀୟ ବୈଠକରେ ଯୋଗ ଦେଲେନି କଂଗ୍ରେସର କୌଣସି ବିଧାୟକ
ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ନେତାଙ୍କୁ ଭେଟି ଗଠନ ମୂଳକ ସହଯୋଗ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଉଭୟ ନବୀନ ନିବାସକୁ ଯାଇ ବିରୋଧୀଦଳ ନେତାଙ୍କୁ ସାକ୍ଷାତ କରିଛନ୍ତି ।
ରାଜ୍ୟର ବୃହତର ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳଠାରୁ ମୋହନ ସରକାର ଗଠନମୂଳକ ସହଯୋଗ କାମନା କରିଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।
ସେହିପରି ନିଜେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ଟେଲିଫୋନ ଯୋଗେ ବିକଶିତ ଓଡ଼ିଶା ଗଠନରେ ସକ୍ରିୟ ସହଯୋଗ ଲାଗି ଆଲୋଚନା କରିଛନ୍ତି ।