ଅର୍ଗସ ବ୍ୟୁରୋ:ନାଗପୁର ଟେଷ୍ଟରେ ଟି୨୦ର ଜଲୱା ଦେଖାଇଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ଯଶସ୍ୱୀ ଜୈସୱାଲ। ଟେଷ୍ଟ କ୍ରିକେଟରେ ୫୦ ରନ୍ ସ୍କୋର କରି ଇଂଲଣ୍ଡର ବିଶ୍ୱ ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ । ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡ ନାମରେ ଥିଲା। ଇଂଲଣ୍ଡ ଚଳିତ ବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୪.୨ ଓଭରରେ ୫୦ ରନ ସଂଖ୍ୟା ଛୁଇଁଥିଲା। ରୋହିତ ଶର୍ମା ଏବଂ ଯଶସ୍ୱୀ ୩ ଓଭରରେ ୫୦ ରନ ସଂଖ୍ୟା ଛୁଇଁ ୱାଲର୍ଡ ରେକର୍ଡକୁ ଭାଙ୍ଗିଛନ୍ତି।ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟର ଅଢ଼େଇ ଦିନ ଧୋଇ ହୋଇଯିବାରୁ,ପ୍ରଥମେ ବାଂଲାଦେଶକୁ ୨୩୩ରେ ଅଲଆଉଟ କରିଥିଲା ଭାରତ,ପରେ ଧୁଆଁଦାର ପାରି ଖେଳିବା ସହ ୨୮୫/୯ରେ ପାଳି ଘୋଷଣା କରିଥିଲା ରୋହିତ ବାହିନୀ। ଯଶସ୍ୱୀ ୭୨,ରୋହିତ ୨୩,ଗିଲ୍ ୩୯, ପନ୍ତ୯, ବିରାଟ କୋହଲି ୩୫ ବଲରେ ୪୭, କେଏଲ ରାହୁଲ ୪୩ ବଲରେ ୬୮ ଓ ଆକାଶ ଦୀପ ୫ ବଲରେ ୧୨ ରନ କରିଥିଲେ। ଭାରତ ମାତ୍ର ୩୫ ଓଭର ବ୍ୟାଟିଂ କରି ୫୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିନେଇଛି। ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ଓ ମେହିଦ ହାସନ ମିରାଜ ୪ଟି ଲେଖାଏ ୱିକେଟ ନେଇଛନ୍ତି। ଖବର ଲେଖାହେବା ସୁଦ୍ଧା ବାଂଲାଦେଶ ୧୧ ଓଭର ବ୍ୟାଟିଂ କରି ୨୨ ରନରେ ୨ଟି ୱିକେଟ୍ ହରାଇଥିଲା,ଭାରତ ପକ୍ଷରୁ ଅଶ୍ବିନ୍ ୨ଟି ୱିକେଟ୍ ନେଇଛନ୍ତି। ଦ୍ବିତୀୟ ଟେଷ୍ଟରେ ଜିତିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ
ଅର୍ଗସ ବ୍ୟୁରୋ: ବାଲେଶ୍ବରରେ ଉଗ୍ର ରୂପ ନେଉଛି ବିଜେଡି କନ୍ଦଳ । ସିମୁଳିଆର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ସଦର ପୂର୍ବତନ ବିଧାୟକଙ୍କ ସ୍ବରୂପ ଦାସଙ୍କ ବିରୋଧରେ ଅଷନ୍ତୋସ ଝାଡିଛନ୍ତି ବିଜେଡି ନେତା ଶଶି କୁମାର ସାହୁ । ସାମାଜିକ ଗଣମାଧ୍ୟମରେ ସିମୁଳିଆ ପୂର୍ବତ୍ତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କୁ ଖଳ ପ୍ରକୃତିର ଲୋକ ଓ ବିଜୁ ଜନତା ଦଳ ତାଙ୍କ ପରିବାରର ସମ୍ପତି ନୁହଁ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି ଶଶି । ଗତକାଲି ବିଜେଡି ଜିଲ୍ଲା ସ୍ତରୀୟ ସଦସ୍ୟତା ଅଭିଯାନରେ ବାଲେଶ୍ବର ସିଦ୍ଧି କଲ୍ୟାଣ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
କିନ୍ତୁ ସଭାକୁ ବାଲେଶ୍ବର ବସ୍ତା ବିଧାୟିକା ସୁବାଶିନୀ ଜେନା, ସଦର ବ୍ଲକ ଚୈୟାରମ୍ୟାନ, ଜିଲ୍ଲା ପରିଷଦ ଚୈୟାରମ୍ୟାନ ନାରାୟଣ ପ୍ରଧାନ ଓ ମ୍ୟୁନସିପାଲଟି ଚୈୟାରମ୍ୟାନ ସବିତା ସାହକୁ ଡକା ଯାଇନଥିଲା, ଯାହାକୁ ନେଇ ଆଜି ସାମାଜିକ ଗଣ ମାଧ୍ୟମରେ ବିଜେଡି ନେତା ଶଶି କୁମାର ସାହୁ ଅଷନ୍ତୋଷ ବ୍ୟକ୍ତ କରିବା ସହିତ ଜୌତି ପାଣିଗ୍ରାହୀ ଓ ସ୍ବରୂପ ଦାସଙ୍କ ବିରୋଧରେ ବିଷ ଓଗାଳିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । କିଛି ମାସର ବ୍ୟବଧାନ ପରେ ଚଳିତବର୍ଷ ଆଜିଠାରୁ ଖୋଲିଛି ଜାତୀୟ ଉଦ୍ୟାନ । ପ୍ରତ୍ୟେକ ବର୍ଷ ନଭେମ୍ବର ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବାବେଳେ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲିଛି । ଶିମିଳିପାଳର ଇକୋ କଟେଜ ଗୁଡିକୁ ସଜ୍ଜିତ ହୋଇଛି । ଏବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ୨୦ ଟି ଜଙ୍ଗଲ ସଫାରୀ ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରି ପାରିବ । ସକାଳ ୬ଟାରୁ ୧୨ ଟା ଯାଏ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ। ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି ଏବଂ ଜାମୁଆଣି ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ଅନଲାଇନରେ ବୁକିଂ କରିପାରିବେ । ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ ପର୍ଯ୍ୟଟକ । ଚଳିତବର୍ଷ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
ଅର୍ଗସ ବ୍ୟୁରୋ: ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍। ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ କାରଖାନାରେ ଅବକାରୀ ଟିମ୍ର ରେଡ୍ । ଶହ ଶହ ଲିଟର ଦେଶୀ ମଦ ଜବତ ସହ ପୋଚ ନଷ୍ଟ କରିଛି । ଭୋର 5 ଟାରୁ ଦିନ 9ଟା ପର୍ଯ୍ୟନ୍ତ 4 ଘଣ୍ଟା ଧରି ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଚଢ଼ାଉବେଳେ 2ଟି ବଡ଼ ଦେଶୀ ମଦ ଭାଟିରୁ ମଦ ନଷ୍ଟ କରିଛି ଅବକାରୀ ବିଭାଗ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...