ଘର
କ୍ରୀଡ଼ା
ଭାଙ୍ଗିଲା 140 କୋଟି ହୃଦୟ, ପୁଣି ଚୁରମାର ହେଲା ବିଶ୍ୱକପ ସ୍ୱପ୍ନ
ଭାଙ୍ଗିଲା 140 କୋଟି ହୃଦୟ, ପୁଣି ଚୁରମାର ହେଲା ବିଶ୍ୱକପ ସ୍ୱପ୍ନ
by Banajyotshna Ray
ଅର୍ଗସ ବ୍ୟୁରୋ: ଭାଙ୍ଗିଲା 140 କୋଟି ହୃଦୟ। ପୁଣି ଚୁରମାର ହେଲା ବିଶ୍ୱକପ ସ୍ୱପ୍ନ। ଷଷ୍ଠ ଥର ପାଇଁ ବିଶ୍ବ ବିଜେତା ହେଲା ଅଷ୍ଟ୍ରେଲିଆ। ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି ଅଷ୍ଟ୍ରେଲିଆ ।
ଭାରତ ଦ୍ୱାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ୱିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ । ଫାଇନାଲ ପରି ବଡ଼ ମ୍ୟାଚରେ ହେଡ୍ ୧୩୭ ରନ ହାସଲ କରି ବିଜୟରେ ବଡ଼ ଭୂମିକା ଗ୍ରହଣ କରିଥଲେ । ଲାବୁସଚେନ ୫୭ ରନ କରିଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ