ଘର
କ୍ରୀଡ଼ା
ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି
ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି
by Banajyotshna Ray
ଅର୍ଗସ ବ୍ୟୁରୋ: ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି । ଆଜି ବସିଥିବା ବୈଠକରେ କୌଣସି ସମାଧାନ ବାହାରି ପାରିନାହିଁ । ଆସନ୍ତାକାଲି ପୁଣିଥରେ ହେବ ଆଇସିସି ବୈଠକ । ପାକିସ୍ତାନ ହାଇବ୍ରିଡ୍ ମଡେଲକୁ ବିରୋଧ କରୁଥିବାବେଳେ ଆଇସିସି ଓ ବିସିସିଆଇ ଏହି ମଡେଲକୁ ସମର୍ଥନ କରୁଛନ୍ତି। ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉ ବୋଲି ପାକିସ୍ତାନ ଚାହୁଁନାହିଁ । ପାକିସ୍ତାନରେ ସବୁ ମ୍ୟାଚ ଆୟୋଜନ ପାଇଁ ଜିଦ କରିଛି ପାକିସ୍ତାନ ।
ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲରେ ରାଜି ନ ହୁଏ, ତେବେ ଆଇସିସି ପାଖରେ ବହୁତ କମ୍ ବିକଳ୍ପ ରହିବ। ପାକିସ୍ତାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ସାମିଲ ହେବ ନାହିଁ ବୋଲି BCCI ସ୍ପଷ୍ଟ କରିସାରିଛି । ଏହାବ୍ୟତୀତ ଅନ୍ୟ ବିକଳ୍ପ ହେଉଛି ଟୁର୍ଣ୍ଣାମେଣ୍ଟକୁ ବାହାରକୁ ସ୍ଥାନାନ୍ତର କରିବା କିମ୍ବା ପାକିସ୍ତାନ ବିନା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା । ଏପରି ଅଚଳାବସ୍ଥା ଲାଗି ରହିଥିବାବେଳେ ଆସନ୍ତାକାଲି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।