ମ୍ୟାଚରେ ଭାରତର ସବୁ ବଡ଼ ବ୍ୟାଟସମ୍ୟାନ୍ କରିଥିଲେ ଦମଦାର ପ୍ରଦର୍ଶନ। ରୋହିତ ଶର୍ମା ଆରମ୍ଭ କରିଥିବା ବିସ୍ଫୋରଣରେ ତାଳ ମେଳାଇଥିଲେ ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର ଓ କେ ଏଲ୍ ରାହୁଲ ।
ଆଉ ନ୍ୟୁଜିଲାଣ୍ଡ ଆଗରେ 398 ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତ । ୱାଂଖଡେରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ବିସ୍ଫୋରଣ ବ୍ୟାଟିଂ କରି ପ୍ରଥମରୁ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ କ୍ୟାପଟେନ୍ ରୋହିତ । ବଡ଼ ସ୍କୋର ପାଇଁ ଭିତ୍ତି ପକାଇଥିଲେ । 29 ବଲରୁ 4 ଟୌକା ଓ 4 ଛକ୍କା ବଳରେ 47 ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ଶୁଭମନ ଖେଳିଥିଲେ ଦମଦାର ଇନିଂସ ।
ଶୁଭମନ 65 ରନ୍ କରି ରିଟାୟାର୍ଡ ହର୍ଟ ହେବା ପରେ ଶ୍ରେୟାସ ଓ ବିରାଟ କରିଥିଲେ ବିସ୍ଫୋରଣ । ଦୁହେଁ ଶତକ ହାସଲ କରିବା ସହ ଭାରତକୁ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ । ଶେଷ ଭାଗରେ ରାହୁଲ 20 ବଲରୁ ଦ୍ରୁତ 39 ରନ୍ କରିବାରୁ ଭାରତ 4 ୱିକେଟ୍ ହରାଇ 397 ରନର ବିଶାଳ ସ୍କୋର କରିଥିଲା ।