Virat Kohli and Anushka Sharma at Diwali celebration. pic.twitter.com/uDHNDgrui5 — Mufaddal Vohra (@mufaddal_vohra) November 11, 2023
ଏହି ଭାଇରାଲ ଭିଡିଓରେ ଉଭୟଙ୍କ ଯୋଡି ବେଶ ସୁନ୍ଦର ଲାଗୁଛି। ଅଭିନେତ୍ରୀଙ୍କ ମାଜେଣ୍ଟା ରଙ୍ଗର ସୁଟରେ ଦେଖିବାକୁ ମିଳିଥିବାବେଳେ ବିରାଟ ପାରମ୍ପରିକ ସେରଓ୍ବାନିରେ ନଜର ଆସିଥିଲେ। ଏଥିସହିତ କେତେକ ୟୁଜର୍ସ ଅନୁଷ୍କାଙ୍କ ଭିଡିଓରୁ ଅନୁମାନ କରୁଛନ୍ତି ସେ ଗର୍ଭବତୀ ଅଛନ୍ତି। ତେବେ ଏହି ଭିଡିଓକୁ ଫ୍ୟାନମାନେ ବେଶ ପସନ୍ଦ କରିଛନ୍ତି। ଆଉ ଅଭିନେତ୍ରୀଙ୍କୁ ଫ୍ୟାନମାନେ ଢେର ସାରା ଶୁଭକାମନା ଜଣାଇଛନ୍ତି।
ସ୍ବାମୀ ବିରାଟଙ୍କ ସହ ଦୀପାବଳି ପାଳନ କରିବାକୁ ବେଙ୍ଗାଲୁରୁ ପହଞ୍ଚିଲେ ଅନୁଷ୍କା
ସୂଚନା ଥାଉକି, ୨୦୧୭ରେ ଅନୁଷ୍କା ଏବଂ ବିରାଟ ଇଟାଲିରେ ସିକରେଟଲି ବିବାହ କରିଥିଲେ। ଆଉ ଏହି ବିବାହରେ ଉଭୟଙ୍କ ପରିବାର ବ୍ୟତୀ ବିରାଟ ଏବଂ ଅନୁଷ୍କାଙ୍କ କ୍ଲୋଜ ଫ୍ରେଣ୍ଡସ ସାମିଲ ଥିଲେ। ଏହାପରେ ୨୦୨୧ରେ ଦୁହେଁ ସେମାନଙ୍କର ପ୍ରଥମ କନ୍ୟା ସନ୍ତାନ ଭାମିକାଙ୍କୁ ସ୍ବାଗତ କରିଥିଲେ। ଓ୍ବାର୍କ ଫ୍ରଣ୍ଟ କଥା କହିଲେ, ଅଭିନେତ୍ରୀ `ଚକଦା ଏକ୍ସପ୍ରେସ' ସହିତ କମବ୍ୟାକ କରିବାକୁ ଯାଉଛନ୍ତି। ଯାହାର ସୁଟିଂ ଶେଷ ହୋଇଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ରିଲିଜ ତାରିଖ ସମ୍ପର୍କରେ ସୂଚନା ମିଳିପାରି ନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର