ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ବ୍ୟକ୍ତିଗତ ଭାବେ ସର୍ବାଧିକ ୭୭ ରନ୍ ସଂଗ୍ରହ କରିଥିଲେ। ସେ ୪୯ଟି ବଲ୍ ଖେଳି ୧୧ଟି ଚୌକା ଓ ୨ଟି ଛକା ମାରିଥିଲେ। ଦିନେଶ କାର୍ତ୍ତିକ ଅପରାଜିତ ୨୯ ଓ ମହିପାଲ ଲାମରୋର ଅପରାଜିତ ୧୭ ରନ୍ କରିଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଧିନାୟକ ଫାଫ ଡୁ ପ୍ଲେସିସି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଧାର୍ଯ୍ୟ ୨୦ ଓଭରରେ ପଞ୍ଜାବ କିଙ୍ଗ୍ସ ୬ ୱିକେଟରେ ୧୭୬ ରନ୍ କରିଥିଲା।
ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାୱନ ୩୭ ବଲରେ ୪୫ ରନ୍ କରିଥିବାବେଳେ ପ୍ରଭସିମରନ୍ ସିଂ ୧୭ ବଲରେ ୨୫ , ସାମ୍ କୁରେନ୍ ୧୭ ବଲରେ ୨୩, ଜିତେଶ ଶର୍ମା ୨୦ ବଲରେ ୨୭ ରନ କରିଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର