ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: 10 ବର୍ଷ ଅପେକ୍ଷାର ପଡ଼ିଛି ପୂର୍ଣ୍ଣଛେଦ । 2022 ଟି-20 ବିଶ୍ବକପ୍ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇ ଭାରତ ଏଥର ଫାଇନାଲରେ ପ୍ରବେଶ କରିଛି। ବର୍ଷା ମଧ୍ୟ ଭାରତର ବିଜୟକୁ ଅଟକାଇ ପାରିନଥିଲା। ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭାରତ 68 ରନ ରେ ହରାଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 7 ଓ୍ବିକେଟ ବିନିମୟରେ 171 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ 16.4 ଓଭରରେ 103 ରନ କରି ଅଲ ଆଉଟ ହୋଇଯାଇଥିଲା । ତେବେ ଟାଇଟଲ ଲଢେଇରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ଶେଷଥର ପାଇଁ ଭାରତ 2014 ଟି-20 ଫାଇନାଲ ଖେଳିଥିଲା ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳି ବି ଖୁସ ଓ ଟିମ୍ ଇଣ୍ଡିଆକୁ ଏତେ ଉଚ୍ଚସ୍ତରରକୁ ନେଇ ଯାଇଥିବା ଭାରତୀୟ ଦଳର କୋଚ ବି ଏବେ ଖୁସି। ଟିମ୍ ଇଣ୍ଡିଆର ଟ୍ୱେଣ୍ଟି ଟ୍ୱେଣ୍ଟି ଦଳରୁ ବିଦାୟ ନେଇ ସାରିଛନ୍ତି ‘ରୋ-କୋ’ ଯୋଡି । ବିରାଟ ଓ କୋହଲିଙ୍କ ଅବସର ପରେ ଆଉ ଟିମ୍ ଇଣ୍ଡିଆର କୋଚ ଭାବରେ ମଧ୍ୟ ନଜର ଆସିବେନି ‘ଦି ୱାଲ’ ଭାବରେ ପରିଚିତ କୋଚ ରାହୁଲ ଦ୍ରାବିଡ।
#WATCH | On Rohit Sharma's retirement from T20 International Cricket, Team India Head Coach Rahul Dravid says, " ...I will miss him as a person...what impresses me is the kind of person he is, the respect he has shown me, the kind of care and commitment he had for the team, the… pic.twitter.com/DodyhT8mXk — ANI (@ANI) June 30, 2024
କୋଚ ରାହୁଲ ଦ୍ରାବିଡଙ୍କ ପାଇଁ ଏହି ବିଶ୍ୱକପ ବିଜୟ ଭାର ମୁକ୍ତ ଭଳି ଥିଲା । ୨୦୦୭ ମସିହାରେ ଦ୍ରାବିଡଙ୍କ ନେତୃତ୍ୱାଧୀନ ଦଳ ଦିନିକିଆ ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଦ୍ରାବିଡ ଟିମ ଇଣ୍ଡିଆର ଟ୍ରଫି ବିଜୟ ପରେ କହିଛନ୍ତି ଯେ, ସେ ଏହିସବୁ ପୂର୍ବ କଥାକୁ ସେତେ ଧ୍ୟାନ ଦିଅନ୍ତି ନାହିଁ । ଅନେକ ଖେଳାଳି ବିଶ୍ୱକପ ଜିତି ପାରନ୍ତି ନାହିଁ । ମାତ୍ର ସେ ଭାଗ୍ୟଶାଳୀ ଯେ ଟିମ୍ ଇଣ୍ଡିଆର କୋଚ ପଦ ପାଇ ଭାରତକୁ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ବିଶ୍ୱ ବିଜେତା କରାଇ ପାରିଛନ୍ତି । ତାହା ସହ ଏଭଳି ସୂର୍ଣ୍ଣିମ ମୁହୂର୍ତ୍ତର ମୁକସାକ୍ଷୀ ହୋଇ ପାରିଛନ୍ତି।
ତାଙ୍କୁ ରୋହିତ ଓ ଏ ଦଳ ସହ କାମ କରି ବେଶ ଖୁସି ମିଳିଛି ବୋଲି ମଧ୍ୟ କୋଚ ରାହୁଲ ଦ୍ରାବିଡ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ଏ ଯାତ୍ରା ବହୁତ ସୁନ୍ଦର ଲାଗିଲା, ଯାହାର ସେ ଭରପୁର ମଜା ନେଲେ ବୋଲି ମଧ୍ୟ ରାହୁଲ ଜଣାଇଛନ୍ତି । ସେ ନିଜର ସର୍ବଶ୍ରେଷ୍ଠ ଦେଇଥିବାରୁ ଖୁସି ଜାହିର କରିଛନ୍ତି। ମୁଁ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରୋହିତଙ୍କ କ୍ୟାପଟେନସିକୁ ଭୁଲିବି ନାହିଁ। ଆଉ ଟିମରେ କୋହଲିଙ୍କ ପ୍ରଦର୍ଶନକୁ କେବେ ଭୁଲିପାରିବି ନାହିଁ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି କ୍ରମରେ ବିସିସିଆଇ ବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଭାରତୀୟ ଟିମ ପାଇଁ ବଡ ଘୋଷଣା କରିଛି।
କ୍ୟାଚ୍ ର ରାଜ୍ କହିଲେ ସୂର୍ଯ୍ୟକୁମାର...
ବିସିସିଆଇ ଚେୟାରମ୍ୟାନ ଜୟ ଶାହା କହିଛନ୍ତି ଭାରତୀୟ ଟିମକୁ ପୁରସ୍କାର ରାଶି ଆକାରରେ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ। ବିସିସିଆଇ ସଚିବ ଜୟ ଶାହା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଭାରତୀୟ ଟିମର ବିଜୟ ପାଇଁ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଏହି ସଫଳତା ପାଇଁ ଟିମକୁ ୧୨୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାରୁ ଘରକୁ ଫୋନ କରି ଜଣାଇଛନ୍ତି ଯେ, ଆମେ ତଳକୁ ଆସିପାରୁନୁ।
ତେବେ ନିଖୋଜ ଛାତ୍ର ମାନେ ହେଲେ କଟକ ଲିଙ୍କ୍ରୋଡ଼ ଅଞ୍ଚଳର। ସନ୍ଧ୍ୟା ପରେ ଛାତ୍ରମାନେ ବାଟବଣା ହୋଇଯାଇଥିବା ଜଣାପଡ଼ିଛି। ତେବେ ରାତି ଅଧିକ ହୋଇଯାଇଥିବାରୁ ଛାତ୍ରଙ୍କୁ ଖୋଜାଖୋଜି କରୁଛି ଢେଙ୍କାନାଳ ବନ ବିଭାଗ ଓ ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର