ଫାଇନାଲ ମ୍ୟାଚରେ ଭାରତର ଏଭଳି ପରାଜୟକୁ ଆଜି ବି ଭୁଲି ନାହାଁନ୍ତି ଭାରତୀୟ କ୍ରିକେଟ ଫ୍ୟାନମାନେ । ଏଭଳି ସମୟରେ ଭାରତୀୟ ଟିମର ପୂର୍ବତନ ଖେଳାଳୀ ମହମ୍ମଦ କୈଫ ବଡ ଅଭିଯୋଗ କରିଛନ୍ତି । କୈଫ ଦାବି କରିଛନ୍ତି କି ବିଶ୍ୱକପ୍ ଫାଇନାଲରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମର ପିଚକୁ ଘରୋଇ ଟିମ ପାଇଁ ଅନୁକୂଳ କରିବା ଉଦ୍ଦେଶ୍ୟରେ କ୍ୟୁରେଟ ମାଧ୍ୟମରେ ଏପଟସେପଟ କରାଯାଇଥିଲା । କୋଚ୍ ରାହୁଲ ଦ୍ରାବିଡ ଓ କ୍ୟାପଟେନ ରୋହିତ ଶର୍ମା ୩ ଧରି ଏହି ପିଚ୍ ଦେଖିବାକୁ ଯାଇଥିଲେ । ସେମାନେ ପିଚର ରଙ୍ଗ ବଦଳାଯାଉଥିବା ଦେଖିଥିଲେ ବି କିଛି ଅଭିଯୋଗ କରି ନଥିଲେ । ଅର୍ଥାତ କୈଫ ସିଧା ସଳଖ ପିଚ୍ ସହ ହୋଇଥିବା ଏପଟସେପଟ ପାଇଁ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ଉପରେ ଦୋଷ ଲଦିଛନ୍ତି ।
ଅଧିକ ପଢନ୍ତୁ କ୍ରୀଡ଼ା ଖବର