ଶ୍ରୀଶାନ୍ତଙ୍କ ପାଖକୁ ଲିଜେଣ୍ଡସ କ୍ରିକେଟ୍ ଲିଗ ପକ୍ଷରୁ ନୋଟିସ ପଠାଯାଇଛି। ଏହି ନୋଟିସରେ ଉଲ୍ଲେଖ ରହିଛି କି, ‘କଣ୍ଟ୍ରାକ୍ଟରେ ଥିବା ସର୍ତ୍ତର ଭଙ୍ଗ କରାଯାଇଛି। ଶ୍ରୀଶାନ୍ତ ଯେପର୍ଯ୍ୟନ୍ତ ଗମ୍ଭୀରଙ୍କୁ କଟାକ୍ଷ କରିଥିବା ପୋଷ୍ଟ ହଟାଇବେ ନାହିଁ ସେ ପର୍ଯ୍ୟନ୍ତ ତାଙ୍କର କୌଣସି କଥା ଶୁଣାଯିବ ନାହିଁ।’
ଗତ ବୁଧବାର ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି)ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟସ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ଗମ୍ଭୀର ଓ ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଘଟଣାକୁ ନେଇ ପଡ଼ିଆ ଭିତରର ଉକ୍ତ ବାକ୍ ଯୁଦ୍ଧକୁ ଶ୍ରୀଶାନ୍ତ ସୋସିଆଲ ମିଡିଆରେ ଶେୟାର କରିବା ସହ ଗମ୍ଭୀର ବାରମ୍ବାର ତାଙ୍କୁ ‘ଫିକ୍ସର’ ସମ୍ବୋଧନ କରୁଥିବା ଭିଡିଓରେ କହିଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର