Videos
|
Sports

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବନାହିଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବନାହିଁ

ଅର୍ଗସ ବ୍ୟୁରୋ:  ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବ ନାହିଁ। ଏ ସମ୍ପର୍କରେ ବିସିସିଆଇ ବିଧିବଦ୍ଧ ଭାବେ ଆଇସିସିକୁ ଜଣାଇ ଦେଇଛି। ବିସିସିଆଇ ଆଇସିସିକୁ ଜଣାଇ ଦେଇଛି ଯେ ଭାରତ ସରକାର ଜାତୀୟ ଦଳକୁ ପାକିସ୍ତାନ ନ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଭାରତ ସରକାର ଅନୁମତି ଦେଉ ନଥିବାରୁ ଭାରତୀୟ ଟିମ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବ ନାହିଁ। ୮ଟି ଟିମକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଦାୟିତ୍ବ ପାକିସ୍ତାନକୁ ମିଳିଛି।

ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ପାକିସ୍ତାନର ବିଭିନ୍ନ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିସିସିଆଇ ଭାରତୀୟ ଟିମକୁ ଛାଡ଼ିବାକୁ ମନା କରିବାରୁ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବାରୁ ଆଇସିସି ହାଇବ୍ରିଡ ମଡେଲ କଥା ଚିନ୍ତା କରୁଛି। କିନ୍ତୁ ଏଥିରେ ପାକିସ୍ତାନ ଏକମତ ହୋଇନାହିଁ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: