VIDEO | Visuals of Indian cricket team leaving for USA from Mumbai for the upcoming T20I World Cup.
The T20I World Cup 2024 will be jointly hosted by the USA and the West Indies from June 2 to June 29. The Indian cricket team will begin its campaign against Ireland from June 5.… pic.twitter.com/h6vhK6OhS0 — Press Trust of India (@PTI_News) May 25, 2024
ଆମେରିକା ଯାଉଥିବା ଭାରତୀୟ ଦଳର ଫଟୋ ଏବେ ସାମ୍ନାକୁ ଆସିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବୋଲର ଯଶପ୍ରିତ ବୁମରାଙ୍କ ପର୍ଯ୍ୟନ୍ତ ଦଳର ଅନେକ ଖେଳାଳି ନଜର ଆସିଥିଲେ।
ଅଲରାଉଣ୍ଡର ଶିବମ ଦୁବେଙ୍କ ବ୍ୟତୀତ ଶୁଭମନ ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଗିଲ ଦଳର ମୁଖ୍ୟ ୧୫ର ଅଂଶ ନାହାନ୍ତି। ତାଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି।
ସୂଚନା ଥାଉ ଟି-୨୦ ବିଶ୍ବକପ ଜୁନ ୧ରୁ ଆରମ୍ଭ ହେବ। କିନ୍ତୁ ଭାରତୀୟ ସମୟ ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜୁନ ୨ରେ ଖେଳାଯିବ। ଯାହା ଆମେରିକା ଏବଂ କାନାଡ଼ା ମଧ୍ୟରେ ଖେଳାଯିବ।
ଟିମ ଇଣ୍ଡିଆ ବିଶ୍ବକପ ଅଭିଯାନ ୫ ଜାନୁୟାରୀ ବୁଧବାର ଠାରୁ ଆରମ୍ଭ କରିବ। ଗ୍ରୁପ-ଏ'ରେ ଥିବା ଭାରତୀୟ ଦଳର ପ୍ରଥମ ମୁକାବିଲା ଆର୍ୟଲାଣ୍ଡ ସହିତ ହେବ। ତେବେ ଟିମ ଇଣ୍ଡିଆ ରବିବାର ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚ ଖେଳିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର