Videos
|
Sports

ବିଶ୍ବକପ : ଫାଇନାଲ ମ୍ୟାଚ ମଝିରେ ବିରାଟଙ୍କୁ ହଗ୍‌ କଲେ ପାଲେଷ୍ଟାଇନ ସମର୍ଥକ

Ritu Das
Browse all articles by Ritu Das
·2 years ago·1 min read
ବିଶ୍ବକପ : ଫାଇନାଲ ମ୍ୟାଚ ମଝିରେ ବିରାଟଙ୍କୁ ହଗ୍‌ କଲେ ପାଲେଷ୍ଟାଇନ ସମର୍ଥକ

ଅର୍ଗସ ବ୍ୟୁରୋ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଛି ସବୁଠୁ ବଡ଼ ମ୍ୟାଚ। ମାନେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ବିଶ୍ବକପ ମ୍ୟାଚ। ଏହି ମ୍ୟାଚ ଚାଲିଥିବା ସମୟରେ ଜଣେ ଫ୍ୟାନ ସୁରକ୍ଷାକର୍ମୀଙ୍କୁ ଭେଦ କରି କୋହଲିଙ୍କୁ ହଗ୍‌ କରିବାପାଇଁ ପଡ଼ିଆରେ ପଶିଯାଇଛନ୍ତି। ଏଥିପାଇଁ ଫାଇନାଲ ମ୍ୟାଚ ଆରମ୍ଭ ହେବାରେ କିଛି ମିନିଟ ବାଧାପ୍ରାପ୍ତ ହୋଇଥିଲା। 

 

୧୪ତମ ଓଭରରେ ଏହି ଘଟଣା ଘଟିଥିଲା ଯେତେବେଳେ ଜଣେ ଫ୍ୟାନ ସୁରକ୍ଷା କର୍ଡନକୁ ଚକମା ଦେବା ସହ ପଡ଼ିଆକୁ ଯିବାରେ ସଫଳ ହୋଇଥିଲେ। ଫ୍ୟାନ ଜଣକ ତାଙ୍କର ଏକ ଟି-ସର୍ଟ ପିନ୍ଧିଥିଲେ ଯେଉଁଥିରେ `ପାଲେଷ୍ଟାଇନ ଉପରେ ବୋମା ବିସ୍ଫୋରଣ ବନ୍ଦ କର' ଲେଖାଥିଲା। ଏବଂ ତାଙ୍କ ହାତରେ ପାଲେଷ୍ଟାଇନ ପତାକା ମଧ୍ୟ ଥିଲା। ଏପରିକି ତାଙ୍କ ଫେସ ମାସ୍କରେ ପାଲେଷ୍ଟାଇନ ପତାକା ରହିଥିଲା। ତେବେ ପଡ଼ିଆରେ ପ୍ରବେଶ କରିବାପାଇଁ ସୁରକ୍ଷା ଭଙ୍ଗ କରିଥିବା ପାଲେଷ୍ଟାଇନ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର