Historic Baliyatra Cuttack / କାହିଁକି ହେଲା ମହାନଦୀ ? କେଉଁଠି ଥିଲା ମନ୍ନଦ ବନ୍ଦର ?

Key Points
ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ । ସିଂହପୁରର କଳିଙ୍ଗ ବଂଶୋଦ୍ଭବ ରାଜକୁମାର ବିଜୟ ତାଙ୍କର ଅନୁଗାମୀଙ୍କ ସହ ପିତା ସିଂହବାହୁଙ୍କ ଦ୍ୱାରା ନିର୍ବାସିତ ହୋଇ ସମୁଦ୍ର ପଥରେ ପହଞ୍ଚିଥିଲେ ଶ୍ରୀଲଙ୍କା (ସିଂହଳ)ରେ । ସେଠାର ମୂଳ ଅଧିବାସୀଙ୍କୁ ଯୁଦ୍ଧରେ ପରାସ୍ତ କରି ଏକ ନୂତନ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଏହା ପରଠାରୁ କଳିଙ୍ଗ ଓ ଶ୍ରୀଲଙ୍କା ମଧ୍ୟରେ ଏକ ଚମତ୍କାର ସାମାଜିକ ଓ ରାଜନୈତିକ ସଂପର୍କର ଆରମ୍ଭ ହୋଇଥିଲା। ପରବର୍ତ୍ତୀ କାଳରେ ଦ୍ବାଦଶ ଶତାବ୍ଦୀର ଶେଷ ଭାଗରୁ ଆଦ୍ୟ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ କଳିଙ୍ଗ ବଂଶର ନିଶଙ୍କମଲ୍ଲ, ମାଘ ଆଦି ରାଜାମାନେ ସଂପୂର୍ଣ୍ଣ ଶ୍ରୀଲଙ୍କା ଅଥବା ଉତ୍ତର ଶ୍ରୀଲଙ୍କାରେ ରାଜତ୍ବ କରିଥିଲେ। ଭାରତ ମହାସାଗରୀୟ ଦ୍ବୀପଗୁଡ଼ିକ ମଧ୍ୟରେ ସିଂହଳର କଳିଙ୍ଗ ସହିତ ସବୁଠାରୁ ଗଭୀରତମ ଓ ଦୀର୍ଘତମ ସଂପର୍କ ଗଢି ଉଠିଥିଲା । ଅଶୋକଙ୍କ କଳିଙ୍ଗ ଯୁଦ୍ଧ ପରେ ଖ୍ରୀ.ପୂ. ତୃତୀୟ ଶତାବ୍ଦୀ ଓ ଦ୍ୱିତୀୟ ପୁଲକେଶୀଙ୍କ କଳିଙ୍ଗ ଆକ୍ରମଣ ପରେ ଖ୍ରୀ. ସପ୍ତମ ଶତାବ୍ଦୀ ବେଳକୁ ଅନେକ କଳିଙ୍ଗବାସୀ ସମୁଦ୍ର ପଥରେ ଶ୍ୟାମଦେଶ ଯାତ୍ରା କରି ସେଠାରେ ବସତି ସ୍ଥାପନ କରିଥିବାର ବିଶ୍ବାସ କରାଯାଏ। ଓଡ଼ିଶାର କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ସହିତ ପ୍ରଭୂତ ସାମଞ୍ଜସ୍ୟ ରଖୁଥିବା ଥାଇଲାଣ୍ଡରେ ପାଳିତ ଲୋଇ କ୍ରାଥୋଙ୍ଗ ପର୍ବ ଏହାର ମୂକସାକ୍ଷୀ। କାର୍ତ୍ତିକ ପୂର୍ଣ୍ଣିମା ଦିନରେ ପାଳିତ ଏହି ପର୍ବରେ ଥାଇ ମହିଳାମାନେ କଦଳୀପଟୁକାରେ ମହମବତି ଜାଳି ଓ ସେଥିରେ ପାନ ଗୁଆ ରଖି ତାକୁ ଜଳରେ ଭସାଇ ଥାଆନ୍ତି।
()ଭାରତୀୟ ଉପମହାଦ୍ୱୀପର ପୂର୍ବ ଭୂଖଣ୍ଡରେ ଅବସ୍ଥିତ କଳିଙ୍ଗ ପ୍ରାଚୀନ ସମୟରେ ଗଙ୍ଗା ନଦୀର ଦକ୍ଷିଣ ତଟରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହା ବର୍ତ୍ତମାନ ସମୟର ପଶ୍ଚିମ ବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁର ଉତ୍ତର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା । ଅନେକ ନଦୀ ଯଥା ମହାନଦୀ, ବଂଶଧାରା, ଗୋଦାବରୀ ଓ ଗଙ୍ଗା ଚିରସ୍ରୋତା ହୋଇଥିବାରୁ ପୂର୍ବ ତଟରୁ ବହୁ ଅଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରୁଥିଲା । ଦନ୍ତୁରିତ ଉପକୂଳ ଓ ନଦୀଗୁଡିକର ମୁହାଣରେ ଗଢ଼ି ଉଠିଥିବା ଅନେକ ସାମୁଦ୍ରିକ ପୋତ । ଯାହା ଯୋଗୁଁ ସିଂହଳ, ବର୍ମା, ଦକ୍ଷିଣ-ପୂର୍ବ ଏସିଆ, ଚୀନ ସହ ବାଣିଜ୍ୟ ଅତି ସହଜରେ ହୋଇପାରୁଥିଲା । ସାଧାରଣତଃ ଉପକୂଳ ଅଞ୍ଚଳର ଭୌଗୋଳିକ କାୟା ସର୍ବଦା ପରିବର୍ତ୍ତିତ ହେଉଥାଏ । ଦକ୍ଷିଣ-ପୂର୍ବ ମୌସୁମୀ ପ୍ରଭାବରେ ଓ ନଦୀମାନଙ୍କରେ ପ୍ରବାହିତ ବାଲି ଚରିଯାଇ ମୁହାଣ ନିକଟରେ ବହୁ ପରିବର୍ତ୍ତନ ଘଟିଥାଏ । କେବେ ନଦୀ ଗତିପଥ ବଦଳାଇ ନୂଆ ମୁହଁ ଖୋଲେ ତ ପୁଣି କେବେ ଜୁଆର ଭଟ୍ଟାକୁ ବହୁତ ଭିତର ଯାଏଁ ଛାଡିଦିଏ । ଏହି କାରଣରୁ ପ୍ରାଚୀନ ବନ୍ଦରମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଲା ଚିଲିକା । ଯାହା ବହୁ କାଳ ପର୍ଯ୍ୟନ୍ତ ବୋଇତ ଯାତାୟତ ପାଇଁ ଉପଯୁକ୍ତ ଥିଲା । ଚିଲିକା ଅନେକ ଗୋରାପ ଯିବାକୁ ପ୍ରଶସ୍ତ ପଥ ଥିଲା । ଚିଲିକା ନୌବାଣିଜ୍ୟର ଚୀର ସବୁଜ ଏନ୍ତୁଡିଶାଳ ଥିଲା....
()ଖ୍ରୀଷ୍ଟପୂର୍ବ ସମୟରୁ ମହାନଦୀର ମୁହାଣ ଦେଶରେ ମନ୍ନଦ ନାମକ ବନ୍ଦର ବିଶ୍ୱ ପ୍ରସିଦ୍ଧ ଥିଲା। କଳିଙ୍ଗର ସମୁଦ୍ର ତଟରେ ମନ୍ନଦ, କୋଣାଗାର, କଟିକର୍ଦମ, ପାଲୁର, ଆଫେତାରିଆନ୍, ତାମ୍ରଲିପ୍ତି ପ୍ରଭୃତି ବନ୍ଦର ନୌବାଣିଜ୍ୟ କ୍ଷେତ୍ରରେ ପ୍ରସିଦ୍ଧିଲାଭ କରିଥିଲା । ବିଶ୍ୱପ୍ରସିଦ୍ଧ ଭୌଗୋଳିକ ଓ ନୌବିତ୍ ଜି.ଇ. ଜେରିନି ସ୍ୱରଚିତରିସର୍ଚେସ୍ ଅନ୍ ଟଲେମିକ୍ ଜିଓଗ୍ରାଫିରେ ବର୍ଣ୍ଣନା କରିଛନ୍ତି। ମହାନଦୀ ମୁହାଣରେ ଖ୍ରୀଷ୍ଟପୂର୍ବ ସମୟରୁ ଏକ ପ୍ରତିଷ୍ଠିତ ବନ୍ଦର ଥିଲା ବୋଲି ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଭୂଗୋଳବିତ୍ ଟଲେମି ବର୍ଣ୍ଣନା
📱 Get Argus News App
✨କରିଛନ୍ତି । ମହାନଦୀ ମୁହାଣରେ ବନ୍ଦରଟି ରହିଥିବା ଯୋଗୁଁ ତାହାର ନାମ ମନ୍ନଦ । ଚୀନ ଦେଶର ରାଜକନ୍ୟା ବୌଦ୍ଧତନ୍ତ୍ର ବିଷୟରେ ଜ୍ଞାନ ଆହାରଣ କରିବା ନିମନ୍ତେ ନୌଯାନରେ କଳିଙ୍ଗ ସାଗରରେ ଆସି ଏକ ବୃହତ୍ ନଦୀରେ ପ୍ରବେଶ କରି ;ଚେଲିତୋଳ ବନ୍ଦର ପର୍ଯ୍ୟନ୍ତ ଆସିଥିଲେ। ସେଠାରୁ ସେ ପାଲିଙ୍କିଦ୍ୱାରା ତତ୍କାଳୀନ ବୌଦ୍ଧ ବିଶ୍ୱବିଦ୍ୟାଳୟ ପୁଷ୍ପଗିରି ଯାତ୍ରା କରି ତନ୍ତ୍ରଶିକ୍ଷା ଲାଭ କରିଥିଲେ ଓ ସେହି ମାର୍ଗରେ ଚୀନକୁ ନୌଯାନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ନଦ ବନ୍ଦର ଦେଇ ଚୀନର ରାଜକୁମାରୀ ମହାନଦୀରେ ପ୍ରବେଶ କରି ଚେଳିତୋଳ ବନ୍ଦରରେ ପହଞ୍ଚିଥିଲେ ବୋଲି ବର୍ଣ୍ଣନା ରହିଛି।
()ଓଡ଼ିଶାର ସାମୁଦ୍ରିକ ପରମ୍ପରା କେବଳ ନୌବାଣିଜ୍ୟରେ ସୀମିତ ନଥିଲା। ପ୍ରାଚୀନ ଓଡ଼ିଶା ଏକ ନୌବାଣିଜ୍ୟ ପରମ୍ପରାକୁ ଆଧାର କରି ଭାରତ ମହାସାଗରୀୟ ଦ୍ବୀପ ଓ ଭାରତ ସଂଲଗ୍ନ ଦେଶମାନଙ୍କରେ ଉପନିବେଶ ସ୍ଥାପନ କରିବା ସହିତ ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରସାର କରିବାରେ ଏକ ପ୍ରମୁଖ ଓ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ମହାନଦୀ କେବଳ ଉତ୍କଳର ଜୀବନରେଖା ନୁହେଁ । ମହାନଦୀ ସଂସ୍କୃତିର ପ୍ରବାହିତ ଜଳଧାରା । ମହାନଦୀ ସଭ୍ୟତାର ସଂଜୀବନୀ, ସାଧବପୁଅଙ୍କ ପଥ ଆଉ ପ୍ରାଣ । ଆଉ ସେହି ମହାନଦୀ ଆଜି ନୌବାଣିଜ୍ୟର ନିରୁତା ପ୍ରତିଛବୀ ମାତ୍ର...
Related Topics
Explore more stories