Historic Baliyatra Cuttack / କିଛି ସମୟ ପରେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଉଦ୍ଘାଟନ
·8 months ago·2 min read

Key Points
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ପ୍ରଥମ ସନ୍ଧ୍ୟାରେ ତଳ ବାଲିଯାତ୍ରା ପଡ଼ିଆର ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକ: ଚଳଚଞ୍ଚଳ ହୋଇ ଉଠିଲାଣି ବାଲିଯାତ୍ରା ପଡ଼ିଆ । ଆଉ ମାତ୍ର କେଇ ମୁହୂର୍ତ୍ତର ଅପେକ୍ଷା । ଉଦ୍ଘାଟନ ହେବ ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିବା ସହ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ପ୍ରଥମ ସନ୍ଧ୍ୟାରେ ତଳ ବାଲିଯାତ୍ରା ପଡ଼ିଆର ଗଣକବି ବୈଷ୍ଣବ ପାଣି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଇନା ଏଚ୍. କୃଷ୍ଣମୂର୍ତ୍ତି ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ରହିବେ ।
ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ଉଦ୍ଘାଟନୀ ଉତ୍ସବ ଚାଲିବ । ଏହାପରେ ରାତି ୯ଟାରୁ ୯ଟା ୪୫ ପର୍ଯ୍ୟନ୍ତ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ଦେଖିବାକୁ ପାଇବେ ଦର୍ଶକ । ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ଏବଂ କଟକ ସୂର ମନ୍ଦିରର ମୀରା ଦାସ ଓ ଜ୍ୟୋସ୍ନାରାଣୀ ସାହୁ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ।
ଏଥିସହ ପଢ଼ନ୍ତୁ: କଟକ ବାଲିଯାତ୍ରା ଏବଂ ଓଡ଼ିଶାର ସାମୁଦ୍ରିକ ବାଣିଜ୍ୟର କାହାଣୀ...
ଏହା ପରେ ପରେ ରାତି ୯ଟା ୪୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ଦର୍ଶକଙ୍କ ମନ ମୋହିବ ଇଣ୍ଡୋନେସିଆ ନୃତ୍ୟ । ଇଣ୍ଡୋନେସିଆର ଏର୍ଣ୍ଣି ୱାହୟୁନି ପରିବେଷଣ କରିବେ ବଲବାନ ଆଣ୍ଡ ଦ ବାଟଉନ ଏଥନି ଫ୍ୟୁଜନ୍ ବ୍ୟାଣ୍ଡ୍ । ତା'ପରେ ରାତି ୧୦ଟା ୧୫ରୁ ୧୧ଟା ପର୍ଯ୍ୟନ୍ତ ପୁରୀର ଫେଟ୍ ଫାଇଟର ମଲଖମ୍ବ ଟ୍ରଷ୍ଟ, ପୁରୀ ପକ୍ଷରୁ ଜ୍ଞାନ ରଞ୍ଜନ ମହାନ୍ତି 'ମଲଖମ୍ବ' ନୃତ୍ୟ ପରିବେଷଣ ହେବ ।
ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ଉଦ୍ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଉପସ୍ଥିତ ରହିବେ ।
ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳି ବିଧାୟକ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ସମ୍ମାନିତ ଅତିଥି ରହିବେ ।
ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ ସଚିବ ଅନୁ ଗର୍ଗ, ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ, କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଗୁହା ପୁନମ୍ ତାପସ କୁମାର ଉପସ୍ଥିତ ରହିବେ । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସ୍ଵାଗତ ଅଭିଭାଷଣ ଦେବାକୁ ଥିବାବେଳେ ଧନ୍ୟବାଦ ଅର୍ପଣ କରିବେ ଅତିରିକ୍ତ ଜିଲ୍ଲାପାଳ, କଟକ ଶିବ ଟପ୍ପୋ ।
କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେଉଥିବା ଐତିହାସିକ ବାଲିଯାତ୍ରା କଟକ-୨୦୨୫ ୮ ଦିନ ଧରି ଚାଲିବ । ନଭେମ୍ବର ୧୨ରେ ସରିବ ଐତିହାସିକ ବାଲିଯାତ୍ରା କଟକ । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ କାର୍ଯ୍ୟକ୍ରମ । ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories