Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା ଘୋଷଣା, ବଢ଼ିଲା କିଷାନ କ୍ରେଡିଟ୍ କାର୍ଡ ଲିମିଟ୍

Budget

ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା ଘୋଷଣା, ବଢ଼ିଲା କିଷାନ କ୍ରେଡିଟ୍ କାର୍ଡ ଲିମିଟ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା ଘୋଷଣା, ବଢ଼ିଲା କିଷାନ କ୍ରେଡିଟ୍ କାର୍ଡ ଲିମିଟ୍

Key Points

କିଷାନ କ୍ରେଡିଟ୍ କାର୍ଡ ଲିମିଟ୍ ବୃଦ୍ଧି

ଲିମିଟ୍ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା

ଅର୍ଗସ ବ୍ୟୁରୋ: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ୍ ଆଗତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳାଙ୍କ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ କୃଷକଙ୍କ ପାଇଁ ହୋଇଛି ଘୋଷଣା । ବଜେଟ୍‌ରେ ନିର୍ମଳା କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି ।


ବଜେଟ୍ ଆରମ୍ଭରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିଛନ୍ତି । ଏଥିସହ କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ବଢ଼ାଇଛନ୍ତି । ପୂର୍ବରୁ କିଷାନ କ୍ରେଡିଟ୍ କାର୍ଡର ଲିମିଟ୍ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । 


ପିଏମ୍ ଧନ ଧାନ୍ୟ କୃଷି ଯୋଜନା ରାଜ୍ୟ ସହଭାଗିତାରେ ଆରମ୍ଭ ହେବ । ଦେଶର ୧୦୦ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ । କମ ଫସଲ ଉତ୍ପାଦନ ହେଉଥିବା ଜିଲ୍ଲାରେ କାର୍ଯ୍ୟକାରୀ ହେବ ପିଏମ୍ ଧନ ଧାନ୍ୟ କୃଷି ଯୋଜନା ।


ଶନିବାର ସଂସଦରେ ବଜେଟ୍ ଆଗତ ପୂର୍ବରୁ ସରକାର ଶୁକ୍ରବାର ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୪-୨୫ ଜାରି କରିଥିଲେ । ଉକ୍ତ ତଥ୍ୟ ଅନୁସାରେ, ଏବେ ଦେଶରେ ୭.୭୫ କୋଟି କିଷାନ କ୍ରେଡିଟ୍ କାର୍ଡ ଧାରୀ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଷାନ କ୍ରେଡିଟ୍ କାର୍ଡ କଣ ?


କିଷାନ କ୍ରେଡିଟ୍ କାର୍ଡ କୃଷକଙ୍କୁ ଲାଭ ଦେବା ଲାଗି ଆରମ୍ଭ ହୋଇଥିଲା । ଏହି କାର୍ଡ ଜରିଆରେ କୃଷକଙ୍କୁ କମ ସୁଧରେ ଋଣ ମିଳିଥାଏ । ଏହି ଯୋଜନାର ଆରମ୍ଭ ୧୯୯୮ରେ ଆରମ୍ଭ କରିଥିଲେ ଭାରତ ସରକାର, ଆରବିଆଇ ଓ ନାବାର୍ଡ । ଯାହାକୁ କିଷାନ କ୍ରେଡିଟ୍ କାର୍ଡ ନାଁ ଦିଆ ଯାଇଥିଲା । ଏଥିରେ ଚାଷ ସହ ମାଛ ଚାଷ ଓ ପଶୁପାଳନ କରୁଥିବା ଚାଷୀ ଋଣ ନେଇ ପାରିବେ ।



Sponsored
Budget 2025 PM Dhan Dhaanya Krishi Yojana Announces | Argus News