Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଜେଟରେ ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବୟସ୍କଙ୍କ ପାଇଁ ୨ ହଜାର ୧୮୧ କୋଟି

Budget

ବଜେଟରେ ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବୟସ୍କଙ୍କ ପାଇଁ ୨ ହଜାର ୧୮୧ କୋଟି

Ritu Das
Browse all articles by Ritu Das
·1 year ago·1 min read
ବଜେଟରେ ପେନସନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବୟସ୍କଙ୍କ ପାଇଁ ୨ ହଜାର ୧୮୧ କୋଟି

୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି। ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ବଜେଟରେ ମଧୁବାବୁ ପେନସନ ଯୋଜନା ପାଇଁ ୫ ହଜାର ୩୭୦ କୋଟି ବ୍ୟୟବରାଦ କରାଯାଇଛି। ଜାତୀୟ ବୟସ୍କ ଓ ପୀଡ଼ିତଙ୍କ ପାଇଁ ୨ ହଜାର ୧୮୧ କୋଟି। ଇନ୍ଦିରା ଗାନ୍ଧି ଜାତୀୟ ପେନସନ ଯୋଜନା ପାଇଁ ୧୦୧୬ କୋଟି, ବୟସ୍କଙ୍କ ପାଇଁ ଗୃହ ଯୋଜନାରେ ୫୧ କୋଟି ବ୍ୟୟବରାଦ ହୋଇଛି। ସେହିପରି ବ୍‌ଲକ୍‌ରେ ନିଶା ନିବାରଣ ପୁରସ୍କାର ଯୋଜନା ଦିଶା ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି।


ଏଥର ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୨୪୯ କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୩୮୮୧ କୋଟି, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨୦୯୧ କୋଟି ଓ ନିର୍ମଳ ପାଇଁ ୯୯୭ କୋଟି ବ୍ୟୟ ବରାଦ ହୋଇଛି। ଏଥିସହ ଶିକ୍ଷା ଓ ସମୃଦ୍ଧ ଜୀବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨୯୬୦ କୋଟି, ପିଏମ ପୋଷଣ ପାଇଁ ୮୮୫ କୋଟି, ମାଧୋ ସିଂ ହାତ ଖର୍ଚ୍ଚ ବାବଦକୁ ୧୫୪ କୋଟି, ଛାତ୍ରବୃତ୍ତି ପାଇଁ ୪୫୦ କୋଟି ପ୍ରଦାନ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
CM makes big announcement regarding pension in budget, Rs 2,181 crore for senior citizens | Argus News