Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Budget

ଭାରତର ବିକାଶ ଗତିକୁ ବଳ ଦେବ ବଜେଟ୍: NSE ସିଇଓ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଭାରତର ବିକାଶ ଗତିକୁ ବଳ ଦେବ ବଜେଟ୍: NSE ସିଇଓ

ଅର୍ଗସ ବ୍ୟୁରୋ: ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌କୁ ନେଇ ମତ ରଖିଛନ୍ତି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଏମ୍‌ଡି ତଥା ସିଇଓ ଆଶିଷ କୁମାର ଚୌହାନ । ସେ କହିଛନ୍ତି, ଏହି ବଜେଟ୍ ଭାରତର ବିକାଶ ଗତିକୁ ବଳ ଦେବ । ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ୍ ମଧ୍ୟବିତ୍ତଙ୍କ ଖର୍ଚ୍ଚ ଶକ୍ତି ବଢ଼ାଇବ । ବାର୍ଷିକ ୧୨ ଲକ୍ଷ ଆୟ ଉପରେ ଆୟକର ଛାଡ଼ ମଧ୍ୟ ଭଲ ଘୋଷଣା ।


ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଏମ୍‌ଡି ତଥା ସିଇଓ କହିଛନ୍ତି, ଏହାଦ୍ଵାରା ଲୋକଙ୍କ ଆୟ ବଢ଼ିବା ସହ ଲୋକ ଅଧିକ ସଞ୍ଚୟ କରିପାରିବେ । ୧୧ଟି ପୁଞ୍ଜି ନିବେଶକ ମଧ୍ୟ ଏହାଦ୍ଵାରା ଲାଭ ପାଇବେ । ବିକଶିତ ଭାରତ ଯାତ୍ରାରେ ସାମିଲ୍ ହେବେ । ଅର୍ଥନୀତି ସୁଦୃଢ଼ ହେବା ସହ ନିଯୁକ୍ତି ବଢ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବଜେଟ୍‌ରେ ନିଯୁକ୍ତି, ଶିକ୍ଷା, ସ୍ଵାସ୍ଥ୍ୟକ୍ଷେତ୍ର, ମହିଳା ସଶକ୍ତିକରଣ ସହ ଯୁବବର୍ଗ, ଚାଷୀ. ଏମ୍‌ସ୍‌ଏମ୍‌ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଦେଶର ଗୁରୁତ୍ଵପୂର୍ଣ୍ଣ ସମ୍ବଳ ସହ ଲୋକଙ୍କ ଉପରେ ବଜେଟ୍‌ରେ ଧ୍ୟାନକେନ୍ଦ୍ରିତ କରାଯାଇଥିବା କହିଛନ୍ତି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଏମ୍‌ଡି ତଥା ସିଇଓ ଆଶିଷ କୁମାର ଚୌହାନ ।

Sponsored
NSE MD & CEO Ashishkumar Chauhan's View On Budget | Argus News