ହୀରା ଓ ପେଟ୍ରୋଲିୟମକୁ ଟପିଲା, ସ୍ମାର୍ଟଫୋନ ରପ୍ତାନିରେ ଶୀର୍ଷରେ ଭାରତ !

Key Points
ପେଟ୍ରୋଲିୟମ, ହୀରାକୁ ଟପି ଆମେରିକା, ଜାପାନକୁ ସର୍ବାଧିକ ସ୍ମାର୍ଟଫୋନ ପଠାଉଛି ଭାରତ
ଭାରତର ସ୍ମାର୍ଟଫୋନ ରପ୍ତାନୀ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ବୃଦ୍ଧି ଏତେ ଅଧିକ ହେଇଛି ଯେ, ଏବେ ସ୍ମାର୍ଟଫୋନ୍ ହେଉଛି ଭାରତର ସବୁଠାରୁ ବଡ଼ ରପ୍ତାନୀ ସାମଗ୍ରୀ।ପେଟ୍ରୋଲିୟମ ଉତ୍ପାଦ ଓ ହୀରା ଯାହା ପୂର୍ବରୁ ଶୀର୍ଷରେ ଥିଲେ,ସେଗୁଡିକୁ ସ୍ମାର୍ଟଫୋନ୍ ଅତିକ୍ରମ କରିଛି। ଏହି ସ୍ମାର୍ଟଫୋନ ଗୁଡ଼ିକୁ ବିଶେଷକରି ଆମେରିକା ଓ ଜାପାନ ଦେଶକୁ ପଠାଯାଉଛି। ଏହି ବିକାଶ ଦେଖି ଭାରତ ଏବେ ଏକ ବଡ଼ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ରପ୍ତାନୀ କେନ୍ଦ୍ର ଭାବେ ଉଦିତ ହେଉଛି।
ବର୍ଦ୍ଧିତ ଚାହିଦା ଏବଂ ନୀତିଗତ ପ୍ରୋତ୍ସାହନ ଫଳରେ ୨୦୨୪-୨୫ରେ ୨୪.୧୪ ବିଲିୟନ ଡଲାରର ସ୍ମାର୍ଟଫୋନ ରପ୍ତାନୀ ହୋଇଛି। ୨୦୨୨-୨୩ରେ ୧୦.୯୬ ବିଲିୟନ ଡଲାରର ସ୍ମାର୍ଟଫୋନ ରପ୍ତାନୀ ହୋଇଥିବାବେଳେ ୨୦୨୩-୨୪ରେ ୧୫.୫୭ବିଲିୟନ ଡଲାରର ମୂଲ୍ୟର ରପ୍ତାନୀ ହୋଇଥିଲା।
📱 Get Argus News App
✨ଭାରତର ସ୍ମାର୍ଟଫୋନ ରପ୍ତାନୀ ବୃଦ୍ଧିରେ ଆମେରିକାନ ଏବଂ ଜାପାନ ପ୍ରମୁଖ ଅବଦାନକାରୀ ହୋଇଥିବା ସରକାରୀ ତଥ୍ୟରୁ ସାମନାକୁ ଆସିଛି। ଗତ ତିନି ବର୍ଷ ମଧ୍ୟରେ କେବଳ କେବଳ ଆମେରିକାକୁ ରପ୍ତାନୀ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇଛି। ୨୦୨୨-୨୩ରେ ୨.୧୬ ବିଲିୟନ ଡଲାରରୁ ୨୦୨୩-୨୪ରେ ୫.୫୭ ବିଲିୟନ ଡଲାର ଏବଂ ୨୦୨୪-୨୫ରେ ୧୦.୬ ବିଲିୟନ ଡଲାରକୁ ବଢ଼ିଛି। ସେହିପରି ଜାପାନକୁ ଭାରତର ସ୍ମାର୍ଟଫୋନ ରପ୍ତାନୀ ଚାରି ଗୁଣ ବଢ଼ିଛି ଏହା ୧୨୦ ନିୟୁତ ଡଲାରରୁ ୫୨୦ ନିୟୁତ ଡଲାରକୁ ବୃଦ୍ଧି ପାଇଛି। ଏହି ଦ୍ରୁତ ବୃଦ୍ଧି ଫଳରେ ଭାରତରେ ସ୍ମାର୍ଟଫେନା ସର୍ବାଧିକ ରପ୍ତାନୀ ସାମଗ୍ରୀ ହୋଇଛି। ଫଳରେ ପ୍ରଥମଥର ପାଇଁ ପେଟ୍ରୋଲିୟମ ଉତ୍ପାଦ ଓ ହୀରା ରପ୍ତାନୀକୁ ସ୍ମାର୍ଟଫୋନ ଅତିକ୍ରମ କରିଛି।
ଗତ ତିନି ବର୍ଷ ମଧ୍ୟରେ ଏହି କ୍ଷେତ୍ର ଏକ ଗୁରୁତ୍ବପୂର୍ଣ ପରିବର୍ତ୍ତନ ଦେଇ ଗତି କରିଛି, ଭାରତ ସ୍ମାର୍ଟଫୋନ ଉତ୍ପାଦନ ଓ ରପ୍ତାନୀ ପାଇଁ ଏକ ପ୍ରମୁଖ ବିଶ୍ବ କେନ୍ଦ୍ରରେ ପରିଣତ ହୋଇଛି। ଏହି ସଫଳତାର ମୂଳରେ ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ(ପିଏଲଆଇ) ଯୋଜନା ରହିଛି, ଯାହାକୁ ନୂତନ ନିବେଶକୁ ପ୍ରୋତ୍ସାହିତ କରିଛି ଏବଂ ଯୋଗାଣ ଶୃଖଂଳରେ ଭାରତର ସ୍ଥିତିକୁ ମଜବୁତ କରିଛି।
ଆମେରିକା ଏବଂ ଜାପାନ ବ୍ୟତୀତ, ନେଦରଲାଣ୍ଡରେ ମଧ୍ୟ ଦୃଢ଼ ରପ୍ତାନୀ ଅଭିବୃଦ୍ଧି ରେକର୍ଡ କରାଯାଇଛି ଏହା ପଛରେ ଇଟାଲି ଏବଂ ଚେକ ଗଣରାଜ୍ୟ ରହିଛନ୍ତି।